ମଧୁ ଆପ୍ ଲଞ୍ଚ
ଭୁବନେଶ୍ୱର – ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ମଧୁ ଆପ୍କୁ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ । ଉତ୍କଳମଣି ମଧୁସୂଦନ ଦାସଙ୍କ ନାମରେ ଏହି ଆପ୍କୁ ନାମିତ କରାଯାଇଛି । ଏହି ଆପ୍ ପ୍ରଥମେ ଗଞ୍ଜାମ ଜିଲ୍ଲା ଲାଗି କାର୍ଯ୍ୟକାରୀ କରାଯାଉଛି । ଗଞ୍ଜାମ ଜିଲ୍ଲାପାଳ ଏହି ଆପ୍ ଗଠନ କରିଛନ୍ତି । ଏହି ଆପ୍ ଜରିଆରେ ସ୍କୁଲ ପିଲାମାନେ ସିଧାସଳଖ ନିଜ ବହିର ଯେକୌଣସି ବିଷୟ ସମ୍ପର୍କରେ ବୁଝି ନପାରିବେ ତାହାର ସମାଧାନ ପାଇଯିବେ ।