ନୂଆଦିଲ୍ଲୀ -ଲକ୍ଡାଉନ୍ ସାରା ଦେଶରେ ମେ ୪ ତାରିଖରୁ କୋହଳ ହେବ- ଜାରି ହେବ ନୂଆ ମାର୍ଗ ଦର୍ଶିକା କରୋନା ମହାମାରୀର ମୁକାବିଲାପାଇଁ ଆସନ୍ତା ମେ ୪ ତାରିଖରୁ ଦେଶରେ ନୂଆ ମାର୍ଗଦ୍ରଶିକା କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମେ ୪ ତାରିଖରୁ ଲକ୍ଡାଉନ୍ ଉଠିବା ପରେ ମାର୍ଗ ଦର୍ଶିକାକାର୍ଯ୍ୟକାରୀ ହେବ। ତେବେ ନିୟମାବଳୀର ସବିଶେଷ ତଥ୍ୟ ଆଗାମୀ
ଦିନରେ ଜାରି କରାଯିବ। ଲକ୍ଡାଉନ୍ ଯୋଗୁଁ ଦେଶରେ କରୋନା ସଂକ୍ରମଣକୁ ବହୁମାତ୍ରାରେ ନିୟନ୍ତ୍ରଣ କରାଯାଇପାରିଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।