ଭୁବନେଶ୍ୱର – ରାଜ୍ୟରେ ଲକ୍ଡାଉନ୍କୁ ଜୁନ୍ ଏକ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଲୋକମାନେ ଚାଲି ଚାଲି ଯାଇ ସକାଳ ୭ଟାରୁ ୧୧ ଟା ମଧ୍ୟରେ ପନି ପରିବା ଏବଂ ଅନ୍ୟ ସମାଗ୍ରୀ କିଣି ପାରିବେ । ଶନିବାର ଏବଂ ରବିବାର ସଟ୍ଡାଉନ୍ ଜାରି ରହିବ । ବାହାଘରରେ ସ ମାତ୍ର ୨୫ ଜଣ ଯାଇ ପାରିବେ। ଭୋଜି ଭାତ ହୋଇ ପାରିବ ନାହିଁ । ଶୁଦ୍ଧି କ୍ରିୟାରେ ୨୦ ଜଣ ଯିବେ । କହାକୁ ବସାଇ ଖାଇବାକୁ ଦେଇ ପାରିବେ ନାହିଁ ।
ଏହି ସମୟରେ ଭ୍ୟାକସିନେସନ୍ ବା ଟିକା କରଣ କାର୍ଯ୍ୟ ଜାରି ରହିବ । ଟିକା ନେଉଥିବା ବ୍ୟକ୍ତି ନିଜ ଗାଡିରେ ଟିକା କରଣ କେନ୍ଦ୍ରକୁ ଯାଇପାରିବେ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଜିଲ୍ଲାପାଳ କିମ୍ବା ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକଳ୍ପ ବ୍ୟବସ୍ଥା କରିପାରିବେ ।
କୋଭିଡ୍ ଟେଷ୍ଟିଂ ପାଇଁ ଲୋକ ଯାତାୟତ କରିପାରିବେ । ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଟେଷ୍ଟି କରିପାରିବେ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଜିଲ୍ଲାପାଳ କିମ୍ବା ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକଳ୍ପ ବ୍ୟବସ୍ଥା କରିପାରିବେ ।
ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ତାଲିମ କାର୍ଯ୍ୟ ବନ୍ଦ ରହିବ ।
କେବଳ ସରକାର ଅନୁମତି ଦେଇଥିବା ପରୀକ୍ଷା ଅନୁଷ୍ଠାନ କରାଯିବ ।
ହୋମ ଡେଲିଭରି ଜାରି ରହିବ ।
ନିର୍ମାଣ ବା କନ୍ଷ୍ଟ୍ରକସନ୍ କାର୍ଯ୍ୟ ଜାରି ରହିବ ।
ସମସ୍ତ କୃଷି କାର୍ଯ୍ୟ ଜାରି ରହିବ ।
ବ୍ୟାଙ୍କ ଖୋଲା ରହିବ ।
ରେଷ୍ଟୁରାଣ୍ଟ ଏବଂ ହୋଟେଲରେ କେବଳ ଟକ୍ ଆଓ୍ୱେ ବା ପାର୍ସଲ ନେଇପାରିବେ ।
ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ ମିଡିଆ ଖୋଲା ରହିବ ।
ଆଇଟି ସେକ୍ଟରକମ ଲୋକଙ୍କ ନେଇ କାର୍ଯ୍ୟ କରିବ ।
ଜିନିଷ ନେଇ ଯାଉଥିବା ଗାଡି ଉପରେ କଟକଣା ନାହିଁ । ଘର ତିଆରି ଏବଂ ଅନ୍ୟ ସାମଗ୍ରୀ ଦୋକାନ ଖୋଲା ରହିବ ।
ବ୍ୟାଙ୍କ ଖୋଲା ରହିବ । ମାତ୍ର ସରକାରୀ ଏବଂ ଅନ୍ୟ ବେସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ସଂଖ୍ୟା ହ୍ରାସ କରାଯାଇଛି । ଟିକା କରଣ ଜାରି ରହିବ । ଅମାନିଆଁଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସୋମବାରରୁ ଶୁକ୍ରବର ହାଟ ଏବଂ ଗ୍ରୋସରି ଦୋକାନ ସକାଳୁ ୭ରୁ ୧୧ ଟା ପର୍ଯ୍ୟନ୍ତ ଖୋଲା ରହିବ । ଲୋକ ଚାଲିକରି ଯାଇ ପନି ପରିବା ଆଣି ପାରିବେ ।
ଛତିଶଗଡ , ପଶ୍ଚିମବଙ୍ଗ ତଥା ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ଆର୍ଟିପିସିଆର୍ ଟେଷ୍ଟ ନେଗେଟିଭ୍ ବାଧ୍ୟତାମୂଳକ ।
ଏହି ସମୟରେ ବସ୍ଚଳାଚଳ ଉପରେ ପ୍ରତିବନ୍ଧକ ରହିବ । ସମ୍ପୂର୍ଣ୍ଣ ବନ୍ଦ ରହିବ ।
ସରକାରୀ କାର୍ଯ୍ୟ ଏବଂ ଅନୁମତି ଦେଇଥିବା କାର୍ଯ୍ୟର କର୍ମଚାରୀମାନେ ଯାତାୟତ କରିପାରିବେ ।
ସିନେମା ହଲ୍ , ମାର୍କେଟ କମ୍ପ୍ଲକ୍ସ ବନ୍ଦ ରହିବ ।
ଜିମ୍ , ସ୍ୱିମିଂ ସେଣ୍ଟର ବନ୍ଦ ରହବ ।
ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ।
ସେଲୁନ୍ ବନ୍ଦ ରହିବ ।
ବିଉଟି ପାର୍ଲଲ ସ୍ପା ବନ୍ଦ ରହିବ ।
ଯାତ୍ରା ଏବଂ ଅନ୍ୟ ଓପନ୍ ଏୟାର କାର୍ଯ୍ୟକ୍ରମ ହୋଇପାରିବ ନାହିଁ ।
ଅନ୍ତେଷ୍ଟ କ୍ରିୟାରେ ୨୦ ଜଣ ଭାଗ ନେଇ ପାରିବେ ।
ମାତ୍ର ୨୫ ଜଣଙ୍କୁ ନେଇ ବାହାଘର କାର୍ଯ୍ୟ ଅନୁଷ୍ଠିତ ହେବ । ଏଥିପାଇ ଅନୁମତି ନେବାକୁ ପଡିବ ।
ପ୍ରଦର୍ଶନୀ ଉପରେ କଟକଣା । ମେଳା ଅନୁଷ୍ଠାନ ଉପରେ କଟକଣା କରାଯାଇଛି ।