ଲଙ୍କା ଓ ଲେମ୍ବୁ ଓହଳାଇବା ଭାରତୀୟ ସମାଜରେ ଧନର ଦେବୀ ଲକ୍ଷ୍ମୀଙ୍କୁ କୁହାଯାଏ। ତାଙ୍କର ଯାଆଁଳା ଭଉଣୀ ହେଉଛନ୍ତି ଅଲକ୍ଷ୍ମୀ, ଯାହାକୁ ଓଡ଼ିଶାର ଲୋକେ ଅଲକ୍ଷଣୀ କହନ୍ତି। ଏହି ଅଲକ୍ଷ୍ମୀଙ୍କ ନଜର କାଳେ ଦୋକାନ ଓ ଗାଡ଼ି ଉପରେ ପଡ଼ିଯିବ ସେଥିପାଇଁ ସେମାନେ ଲଙ୍କା ଓ ଲେମ୍ବୁ ଓହଳାଇଥା’ନ୍ତି। ଅଲକ୍ଷ୍ମୀ ସାଧାରଣତଃ ଖଟା, ରାଗ ଓ ଗରମ ଦ୍ରବ୍ୟକୁ ଭଲ ପାଆନ୍ତି। ତେଣୁ ଲୋକମାନେ ଦୁଆର, ଗାଡ଼ି ଓ ଦୋକାନ ସମ୍ମୁଖରେ ଲଙ୍କା ଓ ଲେମ୍ବୁ ଗୁନ୍ଥି ଓହଳାଇ ଦେଇଥା’ନ୍ତି।
ସେମାନଙ୍କ ବିଶ୍ୱାସ, ଯେତେବେଳେ ଅଲକ୍ଷ୍ମୀ ଆସିବେ ଦୁଆର, ଦୋକାନ ବା ଗାଡ଼ି ବାହାରୁ ତାଙ୍କ ପ୍ରିୟ ଜିନିଷ ଲେମ୍ବୁ, କଞ୍ଚା ଲଙ୍କା ଆଦି ଖାଇ ପଳାଇ ଯିବେ ଓ ଗୃହ ଭିତରକୁ ପ୍ରବେଶ କରି ଅନିଷ୍ଟ କରିବେ ନାହିଁ।
ବୈଜ୍ଞାନିକଙ୍କ ମତରେ ଲେମ୍ବୁ ଓ ଲଙ୍କାରେ ଓହଳା ଯାଉଥିବା ସୂତା ଏସିଡକୁ ଶୋଷି ନେଇ ଏହାକୁ ଅଧିକ ସମୟ ସତେଜ ରଖିଥାଏ। ଫଳରେ ଏହା ନିକଟକୁ ପୋକ ଆସନ୍ତି ନାହିଁ। ପୋକକୁ ଘଉଡାଇବା ପାଇଁ ଏପରି ବ୍ୟବସ୍ଥା ହୋଇଥାଇ ପାରେ ବୋଲି ସେମାନେ ମତ ଦିଅନ୍ତି।