ଦେଶ-ବିଦେଶମୁଖ୍ୟ ଖବରସତ-ମିଛ ଭାରତର ଶେଷ ଚା’ ଦୋକାନ ଭାରତର ଶେଷ ଚା’ ଦୋକାନ By odishanext Last updated Apr 11, 2018 0 507 Share ଶେଷ ଚା ଦୋକାନ ଶୁଣିଲେ କଥାଟା ଟିକିଏ ଅଡୁଆ ଲାଗୁଥିବା ମାତ୍ର ଏହା ସତ କଥା । ଦେଶରେ ଏପରି ଏକ ଚା ଦୋକାନ ଅଛି ଯାହାକୁ ଶେଷ ଚା ଦୋକାନ ଭାବେ ବିବେଚିତ କରାଯାଏ । ଉତ୍ତରାଖଣ୍ଡର ଚମେଲିରେ ଏହା ଅଛି ।ଷ ଦେଶର ସୀମାରେ ଥିବା ମାଣା ଗ୍ରାମରେ ଏହି ଚା ଦୋକାନ ରହିଛି । ସାଧାରଣତଃ ଶୀତ ଦିନେ ଓ ଖରା ଦିନରେ ଏଠାରେ ପର୍ଯ୍ୟଟକଙ୍କର ଭିଡ ରହିଥାଏ । ଛୋଟ ଗ୍ରାମର ମୁଖ୍ୟ ଆକର୍ଷଣ ଫୁଲର ବଗିଚା । ଏଠାରେ ଥିବା ଭାରତର ଶେଷ ଚା’ ଦୋକାନ। ଏହି ଦୋକାନର ପ୍ରକୃତର ନାମ ହେଉଛି ‘ଇଣ୍ଡିଆସ୍ ଲାଷ୍ଟ ଟି ସପ୍’। ଚୀନ୍ ସୀମା ଏହି ଚା’ ଦୋକାନଠାର ଆଉ ଅଳ୍ପ ଦୁର। ଏଠାକୁ ପର୍ୟ୍ୟଟକ ଆସି ଚା’ର ମଜା ନେବା ସହ ଫଟୋ ମଧ୍ୟ ଉଠାଇଥାନ୍ତି। ୨୫ ବର୍ଷ ପୂର୍ବେ ଚନ୍ଦ୍ର ସିଂହ ବରବାଲ୍ ଏହି ଚା’ ଦୋକାନ ଏଠାରେ ଆରମ୍ଭ କରିଥିଲେ। ବରଫପାତ ସମୟରେ ଏହି ଦୋକାନ ୬ ମାସ ପର୍ୟ୍ୟନ୍ତ ବନ୍ଦ ରୁହେ।ଚନ୍ଦ୍ର ସିଂହଙ୍କ କହିବାନୁସାରେ ପ୍ରଥମେ ମାତ୍ର ୫୦ ପଇସାରେ ଏଠାରେ କପେଚା’ ସେ ବିକ୍ ଆରମ୍ଭ କରିଲେ। ଆଜିର ସମୟରେ ତାଙ୍କ ଦୋକାନରେ ବିଭିନ୍ନ ଚା’ ମିଳୁଛି। କପ୍ ପ୍ରତି ୩୦ ଟଙ୍କାରୁ ଆରମ୍ଭ ହୋଇ ୨୦୦ଟଙ୍କାପର୍ୟ୍ୟନ୍ତ ମଲ୍ୟୂ ର ଚା’ ତାଙ୍କ ଦୋକାନରେ ମିଳେ। ଉଭୟ ଦେଶୀ ବିଦେଶୀପର୍ୟ୍ୟଟକଙ୍କ ଭିଡ଼ ଏଠାରେ ଜମେ। ଗ୍ରାମକୁ ଆସୁ ଥିବା ପ୍ରତ୍ୟେକ ପର୍ୟ୍ୟଟକ ତାଙ୍କଚା’ ଦୋକାନକୁ ନିଶ୍ଚେ ଆସନ୍ତି । 0 507 Share