କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ଲାଖମରା ଯାତ୍ରା

0 722

ଭବାନୀ ପାଟଣା – କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ଲାଖମରା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ମାଆଙ୍କ ଛତରଯାତ୍ରା ପରେ ବିଜୟାଦଶମୀ ତିଥିରେ ଲାଖମରା ଯାତ୍ରା ନିମନ୍ତେ ଅପରାହ୍ନ ପ୍ରାୟ ୩ଟା ୩୦ ସମୟରେ ଦେବୀଙ୍କ ବିଜୟ ପ୍ରତିମା ଛତରକୁ ପୁଣିଥରେ ମନ୍ଦିରରୁ ବହାରକରି ଲାଖମରା ପଡିଆକୁ ନିଆଯାଇଥିଲା।
ସେଠାରେ ଥିବା ମାଁ ଙ୍କ ମନ୍ଦିରରେ ଛତରକୁ ସ୍ଥାପନ କରାଯାଇ ପରମ୍ପରା ଅନୁସାରେ ପୂଜାର୍ଚନା ରାଯାଇଥିଲା।
ପରେ କଳାହାଣ୍ଡି ରାଜା ଅନନ୍ତ ପ୍ରତାପ ଦେଓ ଓ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ଆସି ପୂଜାର୍ଚ୍ଚନା କରିସାରିବା ପରେ ଲାଖବିନ୍ଧା ପର୍ବ ଅନୁଷ୍ଠିତ ହୋଇଥିଲା।

Leave A Reply