ପୁରୀ – ଶ୍ରୀମନ୍ଦିରରେ ଗତକାଲି ଏକାଦଶୀଠାରୁ କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବାପୂଜା ଲାଗି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ପରମ୍ପରା ଅନୁଯାୟୀ କାର୍ତ୍ତିକ ମାସରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅବକାଶ ପରେ ପ୍ରତ୍ୟହ ରାଧାଦାମୋଦର ବେଶ ଓ ବାଳଭୋଗ କରାଯାଏ । ପଞ୍ଚୁକ ପାଞ୍ଚଦିନ ଶ୍ରୀଜୀଉମାନଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯିବ । କାର୍ତ୍ତିକ ମାସରେ ପୁରୀରେ ହବିଷ୍ୟାଳିଙ୍କ ସମାଗମକୁ ଦୃଷ୍ଟିରେ ରଖି ସେମାନଙ୍କ ଲାଗି ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।