ଜେଲ କର୍ମଚାରୀଙ୍କର ବାଇକ୍‌ ଧରି ଚମ୍ପଟ ମାରିଲା କଏଦୀ

0 405

ଫୁଲବାଣୀ .- ଫୁଲବାଣୀ ସହରରେ ଏକ ଅଭାବନୀୟ ଘଟଣା ଘଟିଛି । ଜେଲ୍‌ କର୍ମଚାରୀଙ୍କ ବାଇକ୍‌ ଧରି ଜଣେ ବଳାତ୍କାର ଆସାମୀ ଚମ୍ପଟ ମାରିଛି । ସେମାନଙ୍କୁ ଜଗିଥିବା ଜେଲ୍‌ କର୍ମଚାରୀଙ୍କର ଦାୟୀତ୍ୱହୀନତା ଓ କଏଦୀ କିପରି ବାଇକର୍‌ ଚାବି ପାଇଲା ସେ ନେଇ ଚର୍ଚ୍ଚା ଚାଲିଛି । ଚମ୍ପଟ ମାରିଥିବା କଏଦୀର ନାମ ଗୋପୀ ନାୟକ ବୋଲି ଜଣା ପଡିଛି । ସେ ଏକ ବଳାତ୍କାର ମାମଲାରେ ଜେଲ୍‌ ଆସିଥିଲା ।
କାରାଗାର ଭିତରେ ଥିବା ବଗିଚାରେ କଏଦୀମାନେ କାମ କରିଥୁଲେ । ଆସାମୀ ଗୋପୀ କୌଶଳ କ୍ରମେ ଜେଲ୍‌ ବାହାରକୁ ଆସି ବିଭୁତି ନାୟକ ନାମକ ଜେଲ୍‌ କର୍ମଚାରୀଙ୍କର ବାଇକ୍‌ ନେଇ ଫେରାର ହୋଇଯାଇଛି । ତେବେ ସେ କିପରି ଚାବି ପାଇଲା ସେ ନେଇ ସନ୍ଦେହ ଉପୁଜିଛି । ଏହି ଘଟଣାରେ ଫୁଲବାଣୀ ଆଦର୍ଶ ଥାନାରେ ଏକ ମାମଲା ରୁଜୁ ହୋଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜେଲ୍‌ କର୍ମଚାରୀ ଗୁମନ ମଣ୍ଡଳ ଓ ବିଭୁତି ଦାସଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।

Leave A Reply