କଟକ ବାରବାଟୀ ଷ୍ଟାଡିୟମ୍ରେ ଆସନ୍ତା ଜୁନ୍ ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ୍ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସମ୍ପାଦକ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ରଣଜୀ ଟ୍ରଫି କ୍ରିକେଟ୍ର ପ୍ରଥମ ପର୍ୟ୍ୟାୟ ମ୍ୟାଚ୍ ଆସନ୍ତା ୧୦ରୁ ମାର୍ଚ୍ଚ ୧୫ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ଆଇପିଏଲ୍ ପରେ ଏହାର ଦ୍ୱିତୀୟ ପର୍ୟ୍ୟାୟ ମ୍ୟାଚ୍ ମେ’ ୩୦ରୁ ଜୁନ୍ ୨୬ ପର୍ୟ୍ୟନ୍ତ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ ରାଜ୍ୟ ୟୁନିଟ୍ଗୁଡ଼ିକୁ ଜଣାଇ ଦିଆଯାଇଛି ।
ପ୍ରତିଯୋଗିତାର ଏଲିଟ୍ ଗ୍ରୁପ୍ ମ୍ୟାଚ୍ଗୁଡ଼ିକ କଟକ, ରାଜକୋଟ, ଚେନ୍ନାଇ, ଅହମ୍ମଦାବାଦ, ତ୍ରିଭେନ୍ଦ୍ରମ୍, ଦିଲ୍ଲୀ, ହରିୟାଣା ଓ ଗୌହାଟୀରେ ଅନୁଷ୍ଠିତ ହେବ । ଫଳରେ ବାରବାଟୀ ଷ୍ଟାଡିୟମରେ ଏଲିଟ୍ ଗ୍ରୁପ୍ ମ୍ୟାଚ୍ ଖେଳାଯିବା ନେଇ ସ୍ପଷ୍ଟ ହୋଇଛି । ଗତ ବୁଧବାରଠାରୁ ଓଡ଼ିଶା କ୍ରିକେଟ୍ ଦଳର କ୍ୟାମ୍ପ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ।