ନୂଆଦିଲ୍ଲୀ – ଉଜ୍ଜଳା ଯୋଜନାରେ ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ମିଳିପାରେ । କରୋନା ସଙ୍କଟ ବେଳେ ଗ୍ରାହକମାନଙ୍କୁ ରିହାତି ଦେବା ପାଇଁ ସରକାର ଏହି ଯୋଜନା କରି ପାରନ୍ତି ବୋଲି ସୂଚନା ମିଳିଛି । ସିଏନ୍ଏନ୍ ନେଟଓ୍ୱରର୍କ ୧୮ରେ ବାହାରିଥିବା ଖବର ଅନୁଯାୟୀ ଆସନ୍ତା ବର୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଏହି ସୁବିଧା ମିଳିପାରେ ।
ଚଳିତ ବର୍ଷ ଜୁଲଇରେ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଏହି ସୁବିଧା ମିଳିବାରେ ଥିଲେ । ଏହାର ସମୟସୀମାକୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରେ ।
ସମସ୍ତ ଗ୍ୟାସବିତରଣ କମ୍ପାନୀର ହିତାଧିକାରୀଙ୍କୁ କୌଣସି ଟଙ୍କା ଦେବା ପାଇଁ ପଡିବ ନାହି । ଏଥିରେ ଗ୍ୟାସ କନେକସନ୍ ପାଇଁ ୩୨୦୦ ଟଙ୍କାରେ ସରକାର ସିଧାସଳଖ ୧୬୦୦ ଟଙ୍କାର ସବସିଡ୍ ୧୬୦୦ ଟଙ୍କାର ସବସିଡି ତେଲକମ୍ପାନୀ ବା ଗ୍ୟାସ ବିତରଣ କମ୍ପାନୀ ଦେବେ ।
ହିତାଧିକାରୀମାନେ ଗ୍ୟାସ ବିତରଣ କମ୍ପାନୀଙ୍କୁ ସବସିଡି ରାଶି ଦେବାର ଆବଶ୍ୟକତା ନାହିଁ । ଏଲ୍ପିଜି ସିଲିଣ୍ଡର ଆଣିଲେ ସବସିଡି ଡିବିଟି ଜରିଆରେ ବ୍ୟାଙ୍କ ଖାତାକୁ ଆସୁଥିଲା । ଏବେ ଏହା ସିଧାସଳଖ ବିତରଣ କରୁଥିବା ଗ୍ୟାସ କମ୍ପାନୀ ଖାତାକୁ ଯିବ । ଏଥିପାଇଁ ହିତାଧିକାରୀଙ୍କୁ ଟଙ୍କା ଦେବା ପାଇଁ ପଡିବ ନାହିଁ ।
୧୪ କିଲୋ ଗ୍ରାମ ବାଲା ୬ଟି ସିଲିଣ୍ଡର ମାଗଣାରେ ବା ଏହି ଯୋଜନା ଜରିଆରେ ମିଳିବାର ଅଛି । ପେଟ୍ରୋଲିୟମ ମନ୍ତ୍ରାଳୟର ନିର୍ଦେଶ ପରେ ତେଲକମ୍ପାନୀନାମେ ୧୪ କିଲୋଗ୍ରାମ ବିଶିଷ୍ଟ ୬ଟି ସିଲିଣ୍ଡରକୁ ହିତାଧିକାରୀଙ୍କୁ ମାଗଣାରେ ଦେଉଛନ୍ତି ।
୬ କିଲୋଗ୍ରାମ ବିଶିଷ୍ଟ ଗ୍ୟାସ ସିଲିଣ୍ଡର ୧୭ଟି ଏହି ଯୋଜନାରେ ମିଳୁଛି । ଏଥିରେ ଇଏମ୍ଆଇ ଦେବାର ଆବଶ୍ୟକତା ନାହିଁ । ଏଥିପାଇଁ ଷ୍ଟାଟସ୍ ରିପୋର୍ଟ ତିଆରି କରିବା ପାଇଁ କମ୍ପାନୀମାନଙ୍କୁ କୁହାଯାଇଛି ।
PMUY ଯୋଜାନାରେ ବିପିଏଲ୍ ପରିବାରର ମହିଳାଙ୍କୁ ଏଥିପାଇଁ ଆବେଦନ କରିବା ପାଇଁ ପଡିବ । କେଓ୍ୱାଇସି ଦେବାପାଇଁ ପଡିବ । ୧୪.୨ କି ୫ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ଦରକାର ତାହା ଜଣାଇବା ପାଇଁ ପଡିବ ।
ଏଥିପାଇଁ ବିପିଏଲ୍ କାର୍ଡ
ବିପିଏଲ୍ ରାସନ୍ କାର୍ଡ
ଆଧାର କିମ୍ବା ଫଟୋ ଆଇଡି
ପାସପୋର୍ଟ ସାଇଜ୍ ଫଟୋ
ଗେଜେଟେଡ୍ ଅଧିକାରୀଙ୍କ ଘୋଷଣା ପତ୍ର
ବିପିଏଲ୍ ସୂଚୀର ପ୍ରମାଣ ପତ୍ର ଦେବା ପାଇଁ ପଡିବ ।