ମଥୁରା.- ଏକ ତିନି ବର୍ଷର ଶିଶୁର ବଲାତ୍କାରୀକୁ ମଥୁରାର ଏକ ସ୍ୱତନ୍ତ୍ର ଅଦାଲତ ୨୦ ବର୍ଷ ଜେଲ ଣ୍ଡା ଦେଶ ଶୁଣାଇଛନ୍ତି । ୨୦୧୫ ମସିହାରେ ଏହି ଅଭିଯୁକ୍ତ ଏକ ୩ ବର୍ଷର ଶିଶୁକୁ ବଳାତ୍କାରକରିଥିଲା । ପ୍ରାୟ ୩ ବର୍ଷ ଧରି ଏହାର ଶୁଣାଣୀ ହୋଇଥିଲା ।
ଏହି ଅପରାଧୀ ଜଣଙ୍କ ମାନସିକ ଭାବେ ଏପରି ଅପାରାଧ କରୁଥିବାରୁ କମ୍ ଜେଲ୍ ଦଣ୍ଡାଦେଶ ହେଲେ ପୁଣି ସେ ଏପରି ଅପରାଧ କରିପାରେ । ତେଣୁ ଏହାକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଯାଇଥିବା ନିଜ ରାୟରେ ଦର୍ଶାଇଛନ୍ତି । ଏହା ସହ ପୀଡିତାଙ୍କ ପରିବାକୁ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।