କୋଟି.- କେରଳରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ଏଥିରେ ଅଧିକାଂଶ ଘର ପାଣିରେ ବୁଡି ରହିଥିଲା । ସାରା ଦେଶ କେରଳର ବନ୍ୟା ପୀଡିତମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲା । ଇଦ୍-ଅଲ୍-ଆଦା ସମୟରେ ବି ଏଠାରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଏକତା ଦେଖିବାକୁ ମିଳିଛି ।
କେରଳର ତିସୁର ଜିଲାରେ ବନ୍ୟା ଯୋଗୁଁ ମସ୍ଜିଦ୍ ପ୍ରାଙ୍ଗଣରେ ପାଣି ମଣିଷ ଉଚ୍ଚାର ଜମି ରହିଥିଲା । ବନ୍ୟା ପାଣି ବୁଡି ରହିଥିବାରୁ ରହିଥିବାରୁ ସେଠାରେ ନମାଜ ପାଠ କରିବା ସମ୍ଭବ ନ ଥିଲା । ଏଥିପାଇଁ ପାଖରେ ଥିବା ଏକ ମନ୍ଦରର ପ୍ରାଙ୍ଗଣ ପ୍ରାର୍ଥନା ଗୃହରେ ମନ୍ଦିର କର୍ତ୍ତୃପକ୍ଷ ନମାଜ ପାଠ ପାଇ ବ୍ୟବସ୍ଥା କରିଥିଲେ । ସୁରୁଖୁରରେ କିପରି ନାମଜ ପାଠ କରାଯାଇ ପାରିବ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏଥିରେ ୨୦୦ରୁ ଅଧିକ ଇସଲାମ ଧର୍ମାବଲମ୍ବୀ ଭାଗ ନେଇଥିଲେ।