ନୂଆଦିଲ୍ଲୀ – ୨୦୧୮ ଆର୍ଥିକ ବର୍ଷରେ (ରିଟର୍ଣ୍ଣ ଦାଖଲ କରିବାର ସମ୍ପ୍ରସାରିତ ତାରିଖ ୩୧ ଅଗଷ୍ଟ, ୨୦୧୮ ସୁଦ୍ଧା) ଦାଖଲ କରାଯାଇଥିବା ଆୟକର ରିଟର୍ଣ୍ଣ (ଓଞଜ) ସଂଖ୍ୟାରେ ଗତବର୍ଷ ତୁଳନାରେ ଚଳିତ ବର୍ଷର ସେହି ଅବଧି ସୁଦ୍ଧା ଉଲ୍ଲେଖନୀୟ ସୁଧାର ହୋଇଛି । ୩୧ ଅଗଷ୍ଟ, ୨୦୧୮ ସୁଦ୍ଧା ‘ଇ-ଫାଇଲ’ର ମୋଟ ସଂଖ୍ୟା ୫.୪୨ କୋଟିରେ ପହଁଚିଛି । ଏହା ପୂର୍ବବର୍ଷର ଏହି ଅବଧି ଅର୍ଥାତ ୩୧ ଅଗଷ୍ଟ ୨୦୧୭ ସୁଦ୍ଧା ଦାଖଲ କରିଥିବା ରିଟର୍ଣ୍ଣ ୩.୧୭ କୋଟି ତୁଳନାରେ ୭୦.୮୬ ପ୍ରତିଶତ ବୃଦ୍ଧି ବୋଲି ଜଣାପଡ଼ିଛି । ଆଇଟିଆର ଦାଖଲ କରିବାର ବର୍ଦ୍ଧିତ ଶେଷ ତାରିଖ ୩୧ ଅଗଷ୍ଟ ୨୦୧୮ ରେ ପାଖାପାଖି ୩୪.୯୫ ଲକ୍ଷ ରିଟର୍ଣ୍ଣ ଅପଲୋଡ କରାଯାଇଥିଲା ।
ଦୁଇଟି ଶ୍ରେଣୀରେ ଆଇଟିଆର ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ପରିଲକ୍ଷିତ ହୋଇଛି । ଏହି ଶ୍ରେଣୀ ଅନ୍ତର୍ଗତ ବେତନଭୋଗୀ ଲୋକମାନଙ୍କ ପାଇଁ (ଓଞଜ-୧ ଏବଂ ୨) ଦ୍ୱାରା ଦାଖଲ କରାଯାଇଥିବା ଆଇଟିଆର ସଂଖ୍ୟା ସହିତ ଆନୁମାନିକ କରାଧାନ ଯୋଜନା (ଓଞଜ-୪)ର ଲାଭ ଉଠାଉଥିବା ଲୋକମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆଇଟିଆରର ସଂଖ୍ୟାରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଛି ।
୩୧ ଅଗଷ୍ଟ, ୨୦୧୮ ସୁଦ୍ଧା ବେତନଭୋଗୀ ବ୍ୟକ୍ତିଗତ ଟିକସଦାତାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଇ-ରିଟର୍ଣ୍ଣର ମୋଟ ସଂଖ୍ୟା ୨୦୧୭ ବର୍ଷର ଏହି ଅବଧି ତୁଳନାରେ ଦାଖଲ କରାଯାଇଥିବା ୨.୧୯ କୋଟି ରିଟର୍ଣ୍ଣ ତୁଳନାରେ ଚଳିତ ବର୍ଷ ୩.୩୭ କୋଟିରେ ପହଁଚିଛି । ଯାହାକି ମୋଟ ସଂଖ୍ୟାରେ ୧.୧୮ କୋଟି ତଥା ୫୪ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି ।
ଆନୁମାନିକ ଟିକସ ଯୋଜନାର ଲାଭ ଉଠାଇଥିବା ଲୋକମାନଙ୍କ ଦ୍ୱାରା ୩୧ ଅଗଷ୍ଟ, ୨୦୧୮ ସୁଦ୍ଧା ଦାଖଲ କରାଯାଇଥିବା ଇ-ରିଟର୍ଣ୍ଣର ମୋଟ ସଂଖ୍ୟା ୩୧ ଅଗଷ୍ଟ, ୨୦୧୭ ସୁଦ୍ଧା ଦାଖଲ କରାଯାଇଥିବା ୧୪.୯୩ ଲକ୍ଷ ରିଟର୍ଣ୍ଣ ତୁଳନାରେ ୧.୧୭ କୋଟି ବୋଲି ଆକଳନ କରାଯାଇଛି, ଯାହାକି ରିଟର୍ଣ୍ଣର ମୋଟ ସଂଖ୍ୟାରେ ୬୮୧.୬୯ ପ୍ରତିଶତର ଉଲ୍ଲେଖନୀୟ ବୃଦ୍ଧିକୁ ଦର୍ଶାଉଛି ।