ଅଧିକ ଶକ୍ତିଶାଳୀ ହେବ ଭାରତର ସୁରକ୍ଷା, ୯୧୦୦ କୋଟି ଟଙ୍କା ମୂଲ୍ୟର ଉପକରଣ କ୍ରୟକୁ ଡିଏସିର ମଞ୍ଜୁରି

0 620

 ନୂଆଦିଲ୍ଲୀ . – ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତା ବିଶିଷ୍ଟ ପ୍ରତିରକ୍ଷା କ୍ରୟ ପରିଷଦର ବୈଠକ ନୂଆଦିଲ୍ଲୀଠାରେ ସମ୍ପନ୍ନ ହୋଇ ଥିଲା। ଏହି ବୈଠକରେ ପ୍ରତିରକ୍ଷା ବଳ ପାଇଁ ୯୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉପକରଣ କ୍ରୟକୁ ମଞ୍ଜୁରି ପ୍ରଦାନ କରାଯାଇଛି । ସ୍ୱଦେଶୀକରଣ ଏବଂ ଆତ୍ମନିର୍ଭରତା ଲକ୍ଷ୍ୟକୁ ଧ୍ୟାନରେ ରଖି ଡିଏସି ମେସର୍ସ ବିଡିଏଲରୁ କ୍ରୟ (ଭାରତୀୟ) ଶ୍ରେଣୀ ଅନ୍ତର୍ଗତ ଆକାଶ କ୍ଷପଣାସ୍ତ୍ର ପ୍ରଣାଳୀର ଦୁଇ ରେଜିମେଣ୍ଟର କ୍ରୟକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଯେଉଁ କ୍ଷପଣାସ୍ତ୍ରକୁ କ୍ରୟ କରାଯିବାର ଅଛି ତାହା ହେଉଛି ପ୍ରଥମରୁ ସାମିଲ କରାଯାଇଥିବା ଆକାଶ କ୍ଷପଣାସ୍ତ୍ରର ଉନ୍ନତ ଭର୍ସନ । ଏଥିରେ ସାଧନ ପ୍ରାଦ୍ୟୋଗିକୀ ହେବ ଏବଂ ଏହା ଚାରିଦିଗକୁ କଭର କରିବ । ଉନ୍ନତ ଆକାଶ ହତିଆର ପ୍ରଣାଳୀ ପରିଚାଳନା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉପକରଣ ଯାହାକି ମହତ୍ୱପୂର୍ଣ୍ଣ ପରିସମ୍ପତ୍ତିମାନଙ୍କର ସଂରକ୍ଷଣ ସୁନିଶ୍ଚିତ କରିବ ।

ଡିଏସି ୯୦ଟି ଟ୍ୟାଙ୍କ ପାଇଁ ଶ୍ୱାସ ଉପକରଣ ର ଡିଜାଇନ ଏବଂ ବିକାଶ କରିବା ପାଇଁ ମଧ୍ୟ ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ-ଡିଆରଡିଓର ପରୀକ୍ଷାଗାର ଦ୍ୱାରା ବିକଶିତ କରାଯାଇଥିବା ଆଇୟୁଡବ୍ଲୁବିଏର ଉପଯୋଗ ଟ୍ୟାଙ୍କର ଚାଳକ ଦଳ ଦ୍ୱାରା ସୁରକ୍ଷା ଗିଅର ଭାବେ କରାଯାଇଥାଏ । ପାଣି ଭିତରେ ଅନେକ ଗଭୀରତାରେ କୌଣସି ଅବରୋଧରେ ବାଧା ପାଇବା ଦ୍ୱାରା ଟ୍ୟାଙ୍କର ଚାଳକ ଦଳକୁ ବିପଦକାଳୀନ ସୁରକ୍ଷା ସମୟରେ ଏହାର ଆବଶ୍ୟକତା ପଡିଥାଏ । ଡିଏସି ଟି ୯୦ ଦ୍ୱାରା ନିର୍ଦ୍ଦେଶିତ ହତିଆର ପ୍ରଣାଳୀ ପାଇଁ ପ୍ରତିରକ୍ଷା ଉପକରଣର ଡିଜାଇନ ଏବଂ ବିକାଶ କରିବା ପାଇଁ ମଧ୍ୟ ସ୍ୱୀକୃତି ପ୍ରଦାନ କରିଛି । ଏହି ଉପକରଣର ବିକାଶ ଡିଆରଡିଓ ଦ୍ୱାରା କରାଯାଉଛି ଏବଂ ଏଥିରେ ଟ୍ୟାଙ୍କ ଟି ୯୦ର ନିର୍ଦ୍ଦେଶିତ ହତିଆର ପ୍ରଣାଳୀର ବ୍ୟବହାର କରାଯାଉଥିବା ପରୀକ୍ଷଣ ଉପକରଣର ସ୍ୱଦେଶୀ ବିକଳ୍ପ ଉପଲବ୍ଧ ହେବ । ବିଦେଶର ମୂଳ ଉପକରଣ ନିର୍ମାଣକାରୀମାନଙ୍କଠାରୁ ପ୍ରଥମରୁ କ୍ରୟ କରାଯାଇଥିବା ଉପକରଣମାନଙ୍କୁ ସ୍ୱଦେଶରେ ବିକଶିତ କରାଯାଇଛି ଏବଂ ଏହା ସରକାରଙ୍କ ମେକ ଇନ ଇଣ୍ଡିଆ ଅନ୍ତର୍ଗତ ସମ୍ଭବ ହୋଇପାରିଛି ।

Leave A Reply