ବଢୁଛି ଭାରତର ପତିଆରା, ଉଭୟ ଋଷିଆ ଓ ଆମେରିକା ଏବେ ଭାରତର ସାମରିକ ସହଯ଼ୋଗୀ
ଋଷିଆରୁ କିଣା ହେଲା ଏସ-୪୦୦, ଇରାନରୁ ତେଲ କିଣିବା ଜାରି ରହିବ

ଏଥିରୁ ସ୍ପଷ୍ଟ ହେଉଛି ଯେ ଭାରତର ମୋଦି ସରକାର ଆମେରିକାର କଟକଣା ଧମକକୁ ଖାତିର କରୁନାହିଁ । ଏପରିକି ଆମେରିକା ଚୀନ ବିରୋଧରେ କଟକଣା ଲଗାଉଥିବାବେଳେ ଭାରତ ପ୍ରତି କୋହଳ ମନୋଭାବ ପୋଷଣ କରୁଛି । ଏବେ ପୃଥିବୀରେ ଭାରତର ପତିଆରା ଏତେ ବଢିଯ଼ାଇଛି ଯ଼େ ଦୁଇ ମହାଶକ୍ତି ଓ ନିଜ ନିଜର ପରମଶତ୍ରୁ ଆମେରିକା ଓ ଋଷିଆ ସମସ୍ତେ ଭାରତର ମୁଖ୍ୟ ସାମରିକ ସହଯ଼ୋଗୀ ପାଲଟିଛନ୍ତି ।