ଜଳ-ସ୍ଥଳ ଓ ଆକାଶ ମାର୍ଗରୁ ପରମାଣୁ ଆକ୍ରମଣ କରିପାରିବ ଭାରତ, ଏପରି କ୍ଷମତା ପୂର୍ବରୁ କେବଳ 5ଟି ଦେଶ ପାଖରେ ଥିଲା

0 1,114
ନୂଆଦିଲ୍ଲୀ : ଭାରତର ତିନି ସେନା ଆଣବିକ ଆକ୍ରମଣ କରିବାକୁ ସକ୍ଷମ । ଏପରି କ୍ଷମତା ରଖିବାରେ ଭାରତ ପୃଥିବୀର ୬ଷ୍ଠ ଦେଶରେ ପରିଣତ ହୋଇଛି ।  ଏହାକୁ ଅପରେସନାଲ ନ୍ୟୁକ୍ଲିୟର ଟ୍ରାୟାଡ କୁହାଯ଼ାଏ ।  ଏହାର ଅର୍ଥ ହେଉଛି ଭାରତ ସମୁଦ୍ର ମଧ୍ୟରୁ, ସ୍ଥଳଭାଗରୁ ଓ ଆକାଶମାର୍ଗରୁ ଆଣବିକ ଆକ୍ରମଣ କରିପାରିବ । ପୂର୍ବରୁ ଆମେରିକା, ଋଷିଆ, ଫ୍ରାନ୍ସ, ବ୍ରିଟେନ ଓ ଚୀନ ପାଖରେ ଏହି କ୍ଷମତା ଥିଲା । ଭାରତର ଷ୍ଟ୍ରାଟର୍ଜିକ ନ୍ୟୁକ୍ଲିୟର କମାଣ୍ଡ (ଏସଏନସି)ର କମାଣ୍ଡରଙ୍କ ପାଖରେ ଏହି ନ୍ୟୁକ୍ଲିୟର ଟ୍ରାୟାଡର ବଟନ ରହିଛି । ସ୍ଥଳଭାଗରୁ ଅଣୁ ଅସ୍ତ୍ର କ୍ଷମତା ସଂପନ୍ନ କ୍ଷେପଣାସ୍ତ୍ର ଅଗ୍ନୀ, ପୃଥ୍ଵୀ, ବ୍ରହ୍ମସ ଆଦି ମାଧ୍ୟମରେ ଭାରତ ଶତ୍ରୁପକ୍ଷ ଉପରେ ଆଣବିକ ଆକ୍ରମଣ କରିପାରିବ । ସେହିପରି ଗଭୀର ସମୁଦ୍ର ମଧ୍ୟରୁ ପୃଥ୍ଵୀ କ୍ଷେପଣାସ୍ତ୍ରର ନାଭାଲ ଭର୍ସନ ଧନୁଷ ମାଧ୍ୟମରେ ଆଣବିକ ବୋମା ପକାଇ ହେବ ।  ଏହି କ୍ଷେପଣାସ୍ତ୍ରକୁ ଯୁଦ୍ଧ ଜାହଜ, ବିମାନବାହୀ ପୋତ, ଦେଶର ପ୍ରଥମ ଅଣୁଶକ୍ତି ପରିଚାଳିତ ବୁଡାଜାହଜ ଆଇଏନଏସ ଅରହନ୍ତରୁ ଶତ୍ରୁପକ୍ଷର ଟାର୍ଗେଟ ଉପରେ ନିକ୍ଷେପ କରିହେବ । ସେହିପରି ଆକାଶ ମାର୍ଗରୁ ଭାରତୀୟ ବାୟୁସେନାର ଲଢୁଆ ବିମାନ ମିରାଜ, ସୁଖୋଇ ଓ ଆଗକୁ ଆସିବାକୁ ଥିବା ରାଫେଲରୁ ପରମାଣୁ ଅସ୍ତ୍ର ପକାଇ ଶତ୍ରପକ୍ଷର ଟାର୍ଗେଟକୁ ଧ୍ୱଂସ କରିପାରିବ ଭାରତ ।
Leave A Reply