
ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ବୟ ନେଟ୍ୱର୍କ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍ ସହିତ ସହଯୋଗିତା ସ୍ଥାପନ
ଭୁବନେଶ୍ୱର: ଇ-ଏସ୍ସିଏଫ୍ ପାଇଁ ପ୍ରଥମ ଫିନ୍ଟେକ୍ ସହଯୋଗୀ ଭାବେ ବୟ ନେଟୱର୍କ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ସହ ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ସହଯୋଗିତା ସ୍ଥାପନ କରାଯାଇଛି । ଭାରତରେ ଯୋଗାଣ ଶୃଙ୍ଖଳ ଫାଇନାନ୍ସକୁ ଆଗକୁ ବଢ଼ାଇବାରେ ଏହି ସହଯୋଗିତା ବିଶେଷ ସହାୟକ ହେବ ।
ଆଇଡିବିଆଇ ବ୍ୟାଙ୍କ ପାଖରେ ସିଏମ୍ଏସ୍ ଓ ଇ-ଟ୍ରେଡ୍ ପ୍ଲାଟଫର୍ମ ବ୍ୟବସ୍ଥା ରହିଛି ଏବଂ ଇ-ଏସ୍ସିଏଫ୍ର ଶୁଭାରମ୍ଭ ସହିତ କର୍ପୋରେଟ୍ ବ୍ୟାଙ୍କିଙ୍ଗ୍ ଓ ଏମ୍ଏସ୍ଏମ୍ଇ ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ଡିଜିଟାଲ ସମାଧାନ ପ୍ରଦାନ କରିବାକୁ କଂପାନି ଲକ୍ଷ୍ୟ ରଖିଛି । ଏହି ପ୍ଲାଟଫର୍ମ ଯୋଗୁଁ କାଗଜପତ୍ର କାମ ଓ କାରବାର ପ୍ରକ୍ରିୟାକରଣ ସମୟ ହ୍ରାସ ପାଇବ ଏବଂ ଗ୍ରାହକଙ୍କୁ ଏକ ସରଳ ଅନୁଭୂତି ମିଳିପାରିବ ।
ବ୍ୟାଙ୍କର ପ୍ରତିଷ୍ଠା ଦିବସରେ ଇ-ସିଏଫ୍କୁ ଉନ୍ମୋଚନ କରି ଆଇଡିବିଆଇ ବ୍ୟାଙ୍କର ଏମ୍ଡି ଓ ସିଇଓ ଶ୍ରୀ ରାକେଶ ଶର୍ମା କହିଛନ୍ତି ଯେ,“ପାରମ୍ପରିକ ଭାବେ ଯୋଗାଣ ଶୃଙ୍ଖଳ ଫାଇନାନ୍ସ ତୁଳନାରେ କାର୍ଯ୍ୟକାରୀ ପୁଂଜି ଋଣ ପ୍ରଦାନ କରିବାକୁ ବ୍ୟାଙ୍କଗୁଡ଼ିକ ଅଗ୍ରାଧିକାର ପ୍ରଦାନ କରିଥାନ୍ତି, କିନ୍ତୁ ବର୍ତମାନ ସମୟରେ ସମସ୍ତ ଅଂଶୀଦାରମାନଙ୍କ ମଧ୍ୟରେ ଯୋଗାଯୋଗର ଡିଜିଟାଲ୍କରଣ କରି ଏସ୍ସିଏଫ୍ ବର୍ଗର୍ରେ ଫିନ୍ଟେକ୍ଗୁଡ଼ିକ ବିପ୍ଳବ ଆଣିଛନ୍ତି । ପ୍ରଯୁକ୍ତି ଦ୍ୱାରା ପ୍ରକ୍ରିୟା ଅଧିକ ଦକ୍ଷ, ସ୍ୱଚ୍ଛ ଓ ନମନୀୟ ହୋଇପାରିଛି, ତେଣୁ ଚୂଡ଼ାନ୍ତ ବ୍ୟବହାରକାରୀଙ୍କୁ ମୂଲ୍ୟଯୁକ୍ତ ସେବା ପ୍ରଦାନ କରାଯାଇପାରୁଛି ।’’
ଏହି ସହଯୋଗିତା ସମ୍ପର୍କରେ ଆଇଡିବିଆଇ ବ୍ୟାଙ୍କର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଜେ ସାମୁଏଲ୍ ଯୋସେଫ୍ କହିଛନ୍ତି ଯେ,“ବର୍ତମାନ ଭାରତର ଯୋଗାଣ ଶୃଙ୍ଖଳ ଫାଇନାନ୍ସ ବଜାର ୬୦,୦୦୦ କୋଟି ଟଙ୍କା ଆକଳନ କରାଯାଇଛି ଏବଂ ବାର୍ଷିକ ୧୭% ହାରରେ ତାହା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏସ୍ସିଏଫ୍ ବଜାରରେ ରହିଥିବା ସୁଯୋଗକୁ ହାସଲ କରିବା ଲାଗି ଆମେ ଏହି ସହଯୋଗିତା ସ୍ଥାପନ କରିଛୁ । ଆମର ମୂଳ ରଣନୀତିର ଅଂଶ ଭାବେ କର୍ପୋରେଟ୍ ବ୍ୟାଙ୍କିଙ୍ଗ ଓ ଏମ୍ଏସ୍ଏମ୍ଇ ଗ୍ରାହକମାନଙ୍କ ପାଇଁ ମୂଲ୍ୟ ସୃଷ୍ଟି କରିବା ନିମନ୍ତେ ଅଭିନବ ସମାଧାନକୁ ନୂଆ ଉପାୟରେ ସମ୍ପ୍ରସାରଣ କରିବା ଲାଗି ଆମେ ବିଭିନ୍ନ ପ୍ରକାର କାର୍ଯ୍ୟକଳାପରେ ନିୟୋଜିତ ହୋଇଛୁ । ଏକ ସଫଳ ଯାତ୍ରା ପାଇଁ ବୟନ ନେଟୱର୍କ ସହିତ ଯୋଡ଼ି ହେବାକୁ ଆମେ ଚାହିଁରହିଛୁ ।’’
Comments are closed, but trackbacks and pingbacks are open.