ଆଇଡିବିଆଇ ବ୍ୟାଙ୍କ ତରଫରୁ ଓଡ଼ିଶା ଖୁଚୁରା ଗ୍ରାହକମାନଙ୍କୁ ରିହାତି

0 430

ଭୁବନେଶ୍ୱର : ବାତ୍ୟା ଫନି ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଓଡ଼ିଶା ରାଜ୍ୟର ସ୍ଥାନୀୟ ଲୋକମାନଙ୍କୁ ରିହାତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଇଡିବିଆଇ ବ୍ୟାଙ୍କ ତରଫରୁ  ଏହାର ଖୁଚୁରା ଋଣ ଗ୍ରାହକ ବା ରିଟେଲ୍ କଷ୍ଟମର୍ (ଗୃହ ଋଣ, ସଂପତି ବଦଳରେ ଋଣ, ଗାଡ଼ି ଋଣ, ଶିକ୍ଷା ଋଣ ଓ ବ୍ୟକ୍ତିଗତ ଋଣ) ଉପରେ ତିନି ମାସ ଅବଧି ଯଥା ୨୦୧୯ର ମେ’, ଜୁନ୍ ଓ ଜୁଲାଇ ମାସ ପାଇଁ ପ୍ରି-ଇଏମ୍ଆଇ/ଇଏମ୍ଆଇ ପ୍ରଦାନରେ ବିଳମ୍ବ କିମ୍ବା ଦେଇନହେବା କ୍ଷେତ୍ରରେ ଜରିମାନା, ଚେକ୍ ବାଉନ୍ସ ଚାର୍ଜ ଆଦିକୁ ଛାଡ଼ କରାଯାଇଛି।

ଏହି ଅଭିଯାନ ବିଷୟରେ ଜି ଏମ୍ ୟାଦୱାଡକର୍, ଡେପୁଟି ମ୍ୟାନେଜିଂ ଡାଇରେକ୍ଟର, ଆଇଡିବିଆଇ ବ୍ୟାଙ୍କ କହିଛନ୍ତି ଯେ, “ବାତ୍ୟା ଦ୍ୱାରା ହୋଇଥିବା ଧ୍ୱଂସ ଓ କ୍ଷୟକ୍ଷତି ଆମକୁ ଗଭୀର ଭାବେ ମର୍ମାହତ କରିଛି। ସଙ୍କଟର ଏହି ସମୟରେ ଆମେ ଓଡ଼ିଶାର ଲୋକମାନଙ୍କ ସହିତ ଠିଆ ହୋଇ ରହିଛୁ।’’

Leave A Reply