ମହୁ ଅସଲି କି ନକଲି ଜାଣିବାର ଉପାୟ

0 136

ମହୁ ଖାଇବାର ଅନେକ ଉପକାରୀ ଗୁଣ ରହିଛି । କିନ୍ତୁ ମହୁରେ ଅପମିଶ୍ରଣ କାରଣରୁ ଏହା ଆମ ଶରୀର ପ୍ରତି କ୍ଷତିକାରକ ହୋଇଥାଏ । ବଜାରରେ ଅନେକ ବ୍ରାଣ୍ଡର ମହୁ ମିଳୁଛି । ଏହାକୁ ଆମେ ଅସଲି ବୋଲି ଭାବି କିଣିଥାଉ । କିନ୍ତୁ ବେଳେବେଳେ ସେହି ମହୁ ନକଲି ହୋଇଥାଏ । ବଜାରରେ ନକଲି ମହୁ ମିଳୁଥିଲେ ମଧ୍ୟ ତାହାର ଦାମ ଅସଲି ମହୁ ସହ ସମାନ ହୋଇଥାଏ । ମହୁର ଅସଲି କି ନକଲି ଜାଣିବାର ଅନେକ ଉପାୟ ରହିଛି । ଯାହାଦ୍ୱାରା ଆମେ ପରୀକ୍ଷା କରି ମହୁ ଅସଲି କି ନକଲି ଜାଣିପାରିବେ ।
ଗରମ ପାଣି:
ମହୁ ଅସଲି କି ନକଲି ଜାଣିବା ପାଇଁ ସବୁଠାରୁ ଭଲ ଉପାୟ ଗରମ ପାଣି । ଗୋଟିଏ କାଚ ଗ୍ଲାସରେ ଗରମ ପାଣି ନିଅନ୍ତୁ । ସେଥିରେ ଏକ ଚାମଚ ମହୁ ମିଶାନ୍ତୁ । ଯଦି ମହୁ ପାଣିରେ ମିଶିଯାଏ ତେବେ ଜାଣି ନିଅନ୍ତୁ ଯେ ମହୁ ନକଲି । ଯଦି ମହୁ ପାଣିରେ ନ ମିଶି ଗ୍ଲାସ ତଳେ ବସିଯାଏ ତେବେ ମହୁ ଅସଲି ଅଟେ । ନକଲି ମହୁ ତିଆରି କରିବା ପାଇଁ ଚିନି କିମ୍ବା ଗୁଡର ବ୍ୟବହାର କରାଯାଇଥାଏ । ତେଣୁ ତାହା ପାଣିରେ ମିଶିଯାଏ ।
ନିଆଁରେ ଜଳାନ୍ତୁ:
ମହୁକୁ ନିଆଁରେ ଜଳାଇ ମଧ୍ୟ ଆମେ ତାହାର ମାନ ପରୀକ୍ଷଣ କରି ପାରିବା । ପ୍ରଥମେ ଗୋଟିଏ କାଠି କିମ୍ବା କାଗଜରେ ମହୁ ଲଗାଇ ଦିଅନ୍ତୁ । ତାକୁ ନିଆଁରେ ଜଳାନ୍ତୁ । ଯଦି କାଠି କିମ୍ବା କାଗଜଟି ସମ୍ପୂର୍ଣ୍ଣ ପୋଡିଯାଏ ତେବେ ମହୁ ଅସଲି ଅଟେ । ଯଦି କାଗଜଟି ପୋଡିବା ପାଇଁ ସମୟ ଲାଗେ ତେବେ ମହୁରେ ପାଣି ମିଶିଛି ।
ଟିସୁ ପେପର:
ଟିସୁ ପେପର ସାହାର୍ଯ୍ୟରେ ମହୁ ଅସଲି କି ନକଲି ଆମେ ପରୀକ୍ଷା କରିପାରିବା । ଟିସୁ ପେପରରେ ଗୋଟିଏ ବୁନ୍ଦା ମହୁ ପକାନ୍ତୁ । ଯଦି ପେପରରେ ମହୁ ପଡି ଶୁଖିଯାଏ ତେବେ ତାହା ନକଲି ବୋଲି ଆମେ ଜାଣିବା । ଅସଲି ମହୁ ଟିସୁ ପେପରରେ ପଡିଲେ ତାହା ସେହି ସ୍ଥାନରେ ଜମି ରହିଥାଏ ।
ପାଉଁରୁଟି ଟାଣ ହୋଇଯିବା:
ପାଉଁରୁଟିରେ ମହୁ ଲଗାଇ ମଧ୍ୟ ଆମେ ଅସଲି କି ନକଲି ଜାଣି ପାରିବା । ପାଉଁରୁଟିରେ ମହୁ ପକାଇ ଭଲ ଭାବେ ଚାରିଆଡେ ଲଗାଇ ଦିଅନ୍ତୁ । ମହୁ ଶୁଦ୍ଧ ଥିଲେ ତାହା ପାଉଁରୁଟିରେ ଲାଗିବା ପରେ ଟାଣ ହୋଇଯାଏ । ଯଦି ମହୁ ନକଲି ହୋଇଥାଏ ତେବେ ପାଉଁରୁଟି ନରମ ଓ ଓଦା ହୋଇ ରହିଯାଏ ।
ଆଙ୍ଗୁଠି ଦ୍ୱାରା ଜାଣନ୍ତୁ:
ମହୁର କିଛି ବୁନ୍ଦା ହାତର ଆଙ୍ଗୁଠିରେ ଲଗାନ୍ତୁ । ମହୁ ଆଙ୍ଗୁଠିରେ ଲାଗି ଯଦି ମୋଟା ତାର ପରି ହୋଇଯାଏ ତେବେ ତାହା ଶୁଦ୍ଧ ଅଟେ । ଯଦି ଆଙ୍ଗଠିରୁ ପାଣି ପରି ହୋଇ ରହେ ତେବେ ମହୁ ନକଲି ଅଟେ ।

Leave A Reply