ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ଠାରେ ୩୭ଦଶମିକ୍ ୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୧୫
ଦଶମିକ୍ ୫ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଛି । ରାଜ୍ୟର ୫ଟି ସହର ଏବେ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡ଼ ପରେ ବଲାଙ୍ଗୀରରେ ମଧ୍ୟ
ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିଭଳି ତାଳଚେରରେ ୩୬ ଡିଗ୍ରୀ, ସୋନପୁରରେ ୩୬ଡିଗ୍ରୀ ଓ ସମ୍ବଲପୁରରେ ୩୫ ଦଶମିକ୍ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ରାଜ୍ୟର ସର୍ବାଧିକ ତାପମାତ୍ରା ଭଦ୍ରକଠାରେ ୨ଦଶମିକ୍ ୨ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇଥିବା ବେଳେ ତାଳଚେର ଓ
ଚାନ୍ଦବାଲିରେ ୨ ଡିଗ୍ରୀ, ରାଜଧାନୀ ଭୁବନଶ୍ୱେରରେ ୧ଦଶମିକ୍ ୨ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ
କେନ୍ଦ୍ର ପକ୍ଷରୁ କୁହାଯାଇଛି ।