ଭାରତ ଆମେରିକା- ୨୧୦୦୦ କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ ୨୬।୦୨।୨୦୨୦୦ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଐତିହାସିକ ଭାରତଗସ୍ତର ଆଜି ଦ୍ୱିତୀୟ ଦିନରେ ଦୁଇ ଦେଶ ମଧ୍ୟରେ ଏକ ନୂତନ ସମ୍ପର୍କର ଅୟମାରମ୍ଭ ଘଟିଛି। ଦିଲ୍ଲୀ ସ୍ଥିତ ହାଇଦରାବାଦ ହାଉସରେ ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ…

ବର୍ଷା ସାଙ୍ଗକୁ ଫେରିଲା ଶୀତ ,ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର ୨୬।୦।୨୦୨୦ ରାଜ୍ୟର ପାଣିପାଗରେ ପୁଣି ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦେଇଛି। ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଲାଗି ରହିଛି। କୋହଲା ପାଗ ସାଙ୍ଗକୁ ବର୍ଷା ପୁଣି ଶୀତକୁ ଫେରାଇ ଆଣିଛି। କେତେକ ଅଞ୍ଚଳରେ ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର…

ଜଙ୍ଗଲକୁ ଫେରିଲା ମଣିଷ ମାରିଥିବା ଦନ୍ତା

ଭୁବନେଶ୍ୱର ୨୬।୦୨।୨୦୨୦୦ - ପିପିଲିରେ ୨ଦିନ ହେବ ୫ଜଣଙ୍କ ଜୀବନ ନେଇଥିବା ଦନ୍ତାହାତୀ ସୋମବାର ରାତିରେ ଚନ୍ଦକା ଜଙ୍ଗଲକୁ ଫେରିଯାଇଛି । ବନବିଭାଗ ପକ୍ଷରୁ ରବିବାରଠାରୁ ଦନ୍ତାହାତୀର ପିଛା କରାଯାଉଥିଲା । ସେହିଦିନ ପିପିଲିର ବିଭିନ୍ନ ଅଞ୍ଚଳରେ ଦନ୍ତା ଆକ୍ରମଣରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା…

ସ୍ୱର୍ଗଦ୍ୱାର ସହ ମିଶିଲା ଜମି

ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନକୁ ଲାଗି ରହିଥିବା ଗୋଟିଏ ପୂରୁଣା ଘର ସମେତ ୮ଟି ଦୋକାନ ଘରକୁ ଗତକାଲି ପୁରୀଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବା ପରେ ମିଳିଥିବା ୧୫୪ ଡେସିମିଲ ଜମିକୁ ଶ୍ମଶାନ ସହିତ ମିଶାଇ ଦିଆଯାଇଛି। ଉଚ୍ଛେଦ ହୋଇଥିବା କୋଠା ଓ ଦୋକାନ ଘର ଜମିର ମାଲିକାନା …

ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର ୨୫।୦୨।୨୦୨୦- ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି । ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି କଟକ, ଯାଜପୁର,…

ରାଉରକେଲା ସହରକୁ ଜାତୀୟ ଓଡିଏଫ୍‍ ଡବଲପ୍ଲସ ମାନ୍ୟତା

ନୂଆଦିଲ୍ଲୀ ୨୫।୦୨।୨୦୨୦- ରାଉରକେଲା ସହରକୁ ଓଡିଏଫ୍‍ ଡବଲପ୍ଲସ ମାନ୍ୟତା ମିଳିଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ କ୍ୟୁସିଆଇ ସଂସ୍ଥା ରାଉରକେଲାରେ ସାଧାରଣ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ ଏବଂ ସାମଗ୍ରିକ ସଫେଇ କାର୍ଯ୍ୟକୁ ଆଧାର କରି ସର୍ବେକ୍ଷଣ କରିବା ପରେ ଏହି ମାନ୍ୟତା ମିଳିଛି ।…

ଅଜୟ କୁମାର ପଟ୍ଟନାୟକ ଶ୍ରେଷ୍ଠ ହିନ୍ଦୀ ଗଳ୍ପ ପାଇଁ ପାଇବେ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର

ନୂଆଦିଲ୍ଲୀ -- ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ତଥା ବିଶିଷ୍ଟ ଅନୁବାଦକ ଅଜୟ କୁମାର ପଟ୍ଟନାୟକ ଶ୍ରେଷ୍ଠ ହିନ୍ଦୀ ଗଳ୍ପ ପାଇଁ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ । ୪୦ରୁ ଊଦ୍ଧ୍ୱର୍ ପୁସ୍ତକ ରଚନା କରିଥିବା ପ୍ରଫେସର ପଟ୍ଟନାୟକଙ୍କ ଏହି ଶ୍ରେଷ୍ଠ ହିନ୍ଦୀଗଳ୍ପ ପୁସ୍ତକରେ ୨୫ଟି…

ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର ୨୫।୦୨।୨୦୨୦ - ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ଘଟଣାର ଆଇଜି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୁଲିସ ଡିଜି ଶ୍ରୀ ଅଭୟ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଇଜି ରେଖା ଲୋହାନୀ ଏହି ଘଟଣାର ତଦନ୍ତ…

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଆସନ୍ତାକାଲିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ଭୁବନେଶ୍ୱର ୨୩।୦୨।୨୦୨୦ ପଶ୍ଚିମବଙ୍ଗ ଏବଂ ବାଙ୍ଗଲାଦେଶ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଆସନ୍ତାକାଲିଠାରୁ ୨୬ ତାରିଖ ଚାରି ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟ ମଧ୍ୟରେ…