ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଆଜିଠାରୁ ଅନ୍ଲାଇନ୍ରେ ଆବଦେନ ଆରମ୍ଭ ହୋଇଛି । ଙ୍ଗଙ୍ଗଙ୍ଗ.ଗ୍ଦସବଜ୍ଞ.ସଦ୍ଭରେ ଗାଡ଼ି ମାଲିକମାନେ ଆବଶ୍ୟକ ଦେୟ ଦେଇ ଏହି ଆବେଦନ କରିପାରିବେ । ଗାଡ଼ିର ବୀମା କିମ୍ବା କୌଣସି ପ୍ରକାର ଚାଲାଣ ବକେୟା ଥିଲେ ମଧ୍ୟ ଏହି ଆବେଦନ
କରିହେବ । ପରିବହନ ବିଭାଗ ଦ୍ୱାରା ଅନୁମତିପ୍ରାପ୍ତ ସଂସ୍ଥା ହିଁ ଏହି ନୂଆ ନମ୍ବର ପ୍ଲେଟ୍ ଦେଇପାରିବେ ।
ସୂଚନାଯୋଗ୍ୟ, କେନ୍ଦ୍ରୀୟ ମୋଟରଯାନ ଆଇନ୍ ୧୯୮୯ ଅନୁସାରେ ଏଣିକି ସବୁ ଗାଡ଼ିରେ ଏଭଳି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ଡିସେମ୍ବର ସୁଦ୍ଧା ସବୁ ଗାଡ଼ିରେ ଏହି ନମ୍ବରପ୍ଲେଟ୍ ଲଗାଇବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୫ରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।
Comments are closed, but trackbacks and pingbacks are open.