ସମ୍ବଲପୁର ସହରର ଦୁର୍ଗାପାଲି ସ୍ଥିତ ଶ୍ରୀ ଶ୍ରୀ ଗୁଡେଶ୍ୱର ବାବା ମନ୍ଦିରର ଶୀତଳଷଷ୍ଠୀ ଯାତ୍ରାପାଇଁ ପତରପେଣ୍ଡି ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ର ଓ ସମୀର ଶତପଥୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ତଥା ବରପିତା ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର ସପ୍ତଋଷିଙ୍କ ଗହଣରେ ଶଂଖ, ଡମ୍ବରୁ ଓ ବାଦ୍ୟ ସହିତ କନ୍ୟା ସନ୍ଧାନରେ ଯାଇ କ୍ଷେତରାଜପୁରର ସୀତାରାମ ଅଗ୍ରୱାଲଙ୍କ ବାସଭବନରେ ପହଞ୍ଚିଥିଲେ । ଶେଷରେ ଶ୍ରୀ ଅଗ୍ରୱାଲ ଗୁଡେଶ୍ୱର ବାବାଙ୍କୁ କନ୍ୟାଦାନ କରିବାକୁ ରାଜି ହେବା ପରେ ନିର୍ବନ୍ଧ ସମ୍ପନ୍ନ ହୋଇଛି ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.