କଟକ ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଅନ୍ଲାଇନ୍ରେ ୫ ହଜାର ଟିକେଟ୍ ବିକ୍ରି କରାଯିବାର ବ୍ୟବସ୍ଥା ରହିଛି । ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ ଏନ୍କ୍ଲୋଜର୍, ନ୍ୟୁ-ପାଭିଲିୟନ୍ ଏବଂ ଏ.ସି.ବକ୍ସ ପାଇଁ ଟିକେଟ୍ ବିକ୍ରି କରାଯିବ । ପେଟିଏମ୍ ଇନ୍ସାଇଡର୍ ଆପ୍ରେ ମଧ୍ୟ ବୁକିଂ କରିହେବ ।
ଜଣେ ଦର୍ଶକ ୨ଟି ଟିକେଟ୍ ବୁକ୍ କରିପାରିବେ । ଟିକେଟ୍ ବୁକିଂ ବେଳେ ନିଜର ପରିଚୟ ପତ୍ର ଦେବାକୁ ପଡ଼ିବ । ଅନ୍ଲାଇନ୍ରେ ଟିକେଟ୍ କିଣିଥିବା ବ୍ୟକ୍ତି ଆସନ୍ତା ୯ ତାରିଖରୁ ୧୧ ତାରିଖ ମଧ୍ୟରେ ଦିନ ୧୦ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ସେମାନଙ୍କର ଟିକେଟ୍ର ହାର୍ଡ କପି ସଂଗ୍ରହ କରିପାରିବେ । ସେହିଭଳି ୯ ଓ ୧୦ ତାରିଖରେ ଅଫ୍ଲାଇନ୍ରେ ଟିକେଟ୍ ବିକ୍ରି ହେବ ।
ସୂଚନା ଅନୁସାରେ ବାରବାଟୀ ଷ୍ଟାଡିୟମ୍ରେ ଆସନ୍ତା ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି ।
Comments are closed, but trackbacks and pingbacks are open.