ଭୁବନେଶ୍ୱର .- ପବୂ-ର୍କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ଓ ପାରେ ଭୀଷଣ ଅବପାତ ର ରୂପ ନେଇଛି । ୨୦ ତାରିଖ ମଧ୍ୟରାତ୍ରୀ ପରେ ବା ୨୧ ତାରିଖ ସକାଳେ ଏହା ଆନ୍ଧ୍ରର ଉତ୍ତର କିମ୍ବା ଓଡିଶାର ପୁରୀ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସମୁଦ୍ର ମଧ୍ୟରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ଏଥିପାଇଁ ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ସତର୍କ କରାଯାଇଛି ।
ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି , କୋରାପୁଟ, ପୁରୀ , ଜଗତସିଂହପୁର , କେନ୍ଦ୍ରାପଡ଼ା, ଭଦ୍ରକ,ବାଲେଶ୍ୱର, ଖୋର୍ଦ୍ଧାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।