ଜାଣନ୍ତୁ ଏହି ଔଷଧ ଯୋଗୁଁ ହୋଇପାରେ ହାର୍ଟ ଆଟାକ
ହାର୍ଟ ଆଟାକ ବା ହୃଦଘାତର ବିଭିନ୍ନ କାରଣ ରହିଛି । ମୋଟାପଣ ସହ , ହୃଦୟ ବା ହାର୍ଟକୁ ରକ୍ତ ଯୋଗାଉଥିବା ଧମନୀରେ ଚର୍ବି ଜମାଟ ବାନ୍ଧିଲେ , କୌଣସି କାରଣରୁ ଏହା ସରୁ ହୋଇଗଲେ , ଏହିପରି ଅନେକ କାରଣ ରହିଛି ହାର୍ଟ ଆଟାକ ହୋଇଥାଏ । କେତେକ ପେନ୍ କିଲର ଔଷଧକୁ ଅଧିକ ବ୍ୟବହାର କଲେ ବା ଲମ୍ବା ସମୟ ପର୍ଯ୍ୟନ୍ତ ଖାଇଲେ ହାର୍ଟ ଆଟାକ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ନନ୍ ଷ୍ଟେରିଡିଆଲ୍ ଆଣ୍ଟି ଇନ୍ଫ୍ଲାମେଟୋରୀ ଔଷଧ ଅଧିକ ଖାଇଲେ ହାର୍ଟ ଆଟାକର ସମ୍ଭାବନା ୨୦ରୁ ୫୦ ପ୍ରତିଶତ ବୃଦ୍ଧି ପାଇଥାଏ । ନାପ୍ରୋକ୍ସେନ,ସେଲିକୋକ୍ସିବ, ଡାଇକ୍ଲୋଫେନାକ ଓ ରୋଫେକୋକ୍ସିବ (naproxen, celecoxib, diclofenac, and rofecoxib) ଅଧିକ ପରିମାଣରେ ଖାଇଲେ ଏହାରସମ୍ଭାବନା ବୃଦ୍ଧି ପାଇଥାଏ । ମଣ୍ଟ୍ରେଲ ହସପିଟାଲ ଗବେଷଣା ବିଶ୍ୱ ବିଦ୍ୟାଳୟର ବୈଜ୍ଞାନିକ ମାଇକେଲ ବେଲି ଏହି ଉପରେ ଗବେଷଣା କରିଥିଲେ । ମାୟୋକାର୍ଡିଆଲ ଇନ୍ଫ୍ରାକ୍ସନ୍ ବା ହାର୍ଟ ଆଟାକ ଏହି ଔଷଧକୁ ଅଧିକ ପରିମାଣରେ ଖାଇବାର ପ୍ରଥମ ସପ୍ତାହରେ ହେବାର ସମ୍ଭାବନା ଅଧିକ । ମେ ୨୦୧୭ରେପ୍ରାୟ ୪ଲକ୍ଷ ୫୦ ହଜାର(୪,୪୬,୭୬୩) ଲୋକଙ୍କ ଉପରେ କାନାଡେ,ଇଂଲଣ୍ଡ, ଫିନ୍ଲାଣ୍ଡରେ ଏହା ଉପରେ ଗବେଷଣା ହୋଇଥିଲା । ୬୧,୪୬୦ ଜଣଙ୍କର ହାର୍ଟ ଆଟାକ ହୋଇଥିଲା । ଆଇବ୍ରୁଫେନ୍ ଖାଇଲା ଏହାର ବିପଦ ୭୫ ପ୍ରତିଶତ ଓ ରୋଫେକୋକ୍ସିବ ଖାଇଲେ ୧୦୦ ପ୍ରତିଶତ ।
ଏଥିପାଇଁ ଏହାର ବିକଳ୍ପ ପେନ୍ କିଲର ଖାଇବା ପାଇଁ ଉପଦେଶ ଦିଆଯାଇଛି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ପେନ୍ କିଲର ଖାଆନ୍ତୁ ।