ସମସ୍ତ ଯାନବାହନ ପାଇଁ ଜିପିଏସ ଟ୍ରାକିଂ ବ୍ୟବସ୍ଥା ବାଧ୍ୟତାମୂଳକ

0 668

ଦୁଇ ଚକିଆ, ଇ-ରିକ୍ସା, ୩ ଚକିଆ ଏବଂ ମୋଟର ଯାନ ଆଇନ, ୧୯୮୮ ଅଧୀନରେ ଅନୁମତି ଆବଶ୍ୟକ କରୁ ନ ଥିବା ପରିବହନକାରୀ ଯାନ ବ୍ୟତୀତ ଅନ୍ୟ ସମସ୍ତ ପବ୍ଲିକ ସର୍ଭିସ୍ ଯାନବାହନରେ ୨୦୧୮ ଏପ୍ରିଲ ପହିଲାରୁ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ୍ ଏବଂ ଗୋଟିଏ କିମ୍ବା ଏକାଧିକ ଜରୁରୀ ବଟନ ବ୍ୟବସ୍ଥା ବାଧ୍ୟତାମୂଳକ କରିବାକୁ ୨୦୧୬ ନଭେମ୍ବର ୨୮ରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଥିଲା । କିନ୍ତୁ ଯାନବାହନ ପରିଚାଳନା ଓ ଟ୍ରାକିଂ ପାଇଁ କମାଣ୍ଡ ଓ କଂଟ୍ରୋଲ ସେଣ୍ଟରର ଅଭାବ କାରଣରୁ ଫିଟମେଣ୍ଟ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ୍ ଓ ପାନିକ ବଟନ ବ୍ୟବସ୍ଥା କାର୍ୟ୍ୟକାରୀ କରିବା କଷ୍ଟକର ହେବ ବୋଲି ବିଭିନ୍ନ ରାଜ୍ୟ ଓ ଅଂଶୀଦାର ମନ୍ତ୍ରାଳୟକୁ ଜଣାଇଥିଲେ । ଏହାପରେ ମନ୍ତ୍ରଣାଳୟ ୨୦୧୮ ଏପ୍ରିଲ ୧୮ରେ ଅନ୍ୟ ଏକ ବିଜ୍ଞପ୍ତି ଜରିଆରେ ଭିଏଲ୍ଟି ଫିଟମେଣ୍ଟ ଓ ଜରୁରୀ ବଟନ ବ୍ୟବସ୍ଥା କାର୍ୟ୍ୟକାରୀକୁ ୨୦୧୯ ଏପ୍ରିଲ ୧ ଯାଏଁ ଘୁଞ୍ଚାଇଥିଲେ ।

କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ଅନୁସାରେ ୨୦୧୯ ଜାନୁଆରୀ ୧ ପରେ ପଞ୍ଜୀକୃତ ହେଉଥିବା ସମସ୍ତ ନୂଆ ପବ୍ଲିକ ସର୍ଭିସ୍ ଯାନବାହନରେ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ୍ ଓ ଜରୁରୀ ବଟନ ଲଗାଇବା ବାଧ୍ୟତାମୂଳକ କରି ମନ୍ତ୍ରଣାଳୟ ୨୦୧୮ ଅକ୍ଟୋବର ୨୫ରେ ଏକ ବିଜ୍ଞପ୍ତି ଜାରି କରିଛି । ପୁନଶ୍ଚ ୨୦୧୮ ଡିସେମ୍ବର ୩୧ ଯାଏଁ ପଞ୍ଜୀକୃତ ହେଉଥିବା ଏଭଳି ପବ୍ଲିକ ସର୍ଭିସ୍ ଯାନରେ ଫିଟମେଣ୍ଟ ଭିଏଲଟି ଓ ପାନିକ ବଟନ ଲଗାଇବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବିଜ୍ଞପ୍ତି ଜାରି କରିପାରିବେ ବୋଲି କେନ୍ଦ୍ର କହିଥିଲା ।

Leave A Reply