ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ୮ଟି କ୍ଷେତ୍ର ପାଇଁ ସରକାରୀ ସହାୟତା ଘୋଷଣା କରାଯାଇଛି ।
ନୂଆଦିଲ୍ଲୀ – ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ୮ଟି କ୍ଷେତ୍ର ପାଇଁ ସରକାରୀ ସହାୟତା ଘୋଷଣା କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରି କହିଛନ୍ତି କୋଇଲା, ଖଣିଜପଦାର୍ଥ, ପ୍ରତିରକ୍ଷା ଉତ୍ପାଦନ, ବେସାମରିକ ବିମାନ ଚଳାଚଳ, ଶକ୍ତି ଆବଣ୍ଟନ ବ୍ୟବସ୍ଥା, ମହାକାଶ କ୍ଷେତ୍ର, ସାମାଜିକ ଭିତ୍ତିଭୂମି ଏବଂ ଆଣବିକ ଶକ୍ତିକ୍ଷେତ୍ର ଆଦିକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।
ସେ କହିଛନ୍ତି ଆଗାମୀ ଦିନରେ ଭାରତ ନିଜକୁ କଡ଼ା ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତ କରିବାକୁ ପଡିବ ଏବଂ ଏଥିପାଇଁ ଅନେକ କ୍ଷେତ୍ରରେ ବ୍ୟାପକ ଢ଼ାଞ୍ଚାଗତ ସଂସ୍କାର ଆବଶ୍ୟପତା ରହିଛି ।