କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ମାସରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଶନିବାର ଓ ରବିବାର ବନ୍ଦ ରହିବ

। ତେବେ ଆସନ୍ତା ଡିସେମ୍ବର ମାସରେ ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକରେ ଥିବା ରାଜ୍ୟ ସରକାରଙ୍କର ସମସ୍ତ ବିଭାଗ ଓ ଅଧସ୍ତନ କାର୍ଯ୍ୟାଳୟ ମୋଟ୍ କର୍ମଚାରୀ ସଂଖ୍ୟାର ୭୫ ଭାଗ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ବୋଲି ସରକାରଙ୍କ ତରଫରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ତେବେ ଏସ୍.ଆର୍.ସି., ଓସଡମା କାର୍ଯ୍ୟାଳୟ, ପୁଲିସ୍, ଅଗ୍ନିସମ, ସ୍ୱାସ୍ଥ୍ୟସେବା ଓ ପୌରସେବାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ ।