ଗୋପ୍ରଜାତିର ସୁରକ୍ଷା ଓ ବିକାଶ ଲାଗି ରାଷ୍ଟ୍ରୀୟ କାମଧେନୁ ଆୟୋଗ ପ୍ରତିଷ୍ଠାକୁ କ୍ୟାବିନେଟ ମଞ୍ଜୁରି

0 498

ଗୋପ୍ରଜାତିର ସୁରକ୍ଷା ଏବଂ ବିକାଶ ଲାଗି ରାଷ୍ଟ୍ରୀୟ କାମଧେନୁ ଆୟୋଗ ପ୍ରତିଷ୍ଠା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି ।

ପ୍ରଭାବ :

ରାଷ୍ଟ୍ରୀୟ କାମଧେନୁ ଆୟୋଗ ପ୍ରତିଷ୍ଠା ହେବା ଦ୍ୱାରା ଦେଶୀ ପ୍ରଜାତିର ଗାଈ ଏବଂ ଗୋବଂଶର ସଂରକ୍ଷଣ, ସୁରକ୍ଷା ଏବଂ ବିକାଶ ସମ୍ଭବପର ହୋଇପାରିବ ।

ଏହା ପ୍ରାଣୀ ପାଳନ କ୍ଷେତ୍ରରେ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ଯାହା ମହିଳା ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଅଧିକ ସମାବେଶୀ ଏବଂ ଲାଭଜନକ ହେବ ।

ରାଷ୍ଟ୍ରୀୟ କାମଧେନୁ ଆୟୋଗ ପ୍ରାଣୀ ଚିକିତ୍ସା, ପ୍ରାଣୀ ବିଜ୍ଞାନ କିମ୍ବା କୃଷି ବିଶ୍ୱବିଦ୍ୟାଳୟ କିମ୍ବା କେନ୍ଦ୍ର/ରାଜ୍ୟ ସରକାରଙ୍କ ସହିତ ମିଶି ଗୋପ୍ରଜନନ, ପାଳନ, ଜୈବିକ ଖତ, ବାୟୋଗ୍ୟାସ ଆଦି କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହିତ କରିବ ।

Leave A Reply