ଶ୍ରୀଜୀଉଙ୍କୁ ଘୋଡ଼ାଲାଗି ବେଶ

0 4,329

ପୁରୀ – ମାର୍ଗଶୀର ଶୁକ୍ଳ ଷଷ୍ଠୀ ଅବସରରେ ଗତକାଲି ଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଘୋଡଲାଗି ବେଶ ଆରମ୍ଭ ହୋଇଛି । ସାଧାରଣ ମଣିଷ ଶୀତ ଋତୁରେ ଶୀତବସ୍ତ୍ର ପରିଧାନ କରିବା ଭଳି ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ମଧ୍ୟ ଶୀତଦିନେ ଶୀତବସ୍ତ୍ରରେ ଭୂଷିତ ହେଉଛନ୍ତି । ସକାଳଧୂପ ଶେଷ ହେବାପରେ ଶ୍ରୀଜୀଉମାନଙ୍କୁ ଘୋଡଲାଗି ବେଶ କରାଯାଉଛି । ଏହି ବେଶରେ ସୂତାବସ୍ତ୍ର ନିର୍ମିତ ଗଡା, ଖଣ୍ଡୁଆପାଟ, ଭେଲ୍‍ଭେଟ୍‍ର ଘୋଡବସ୍ତ୍ର, ଫୁଟା, ମଫଲର୍‍, ଟୋପର ଆଦିରେ ଶ୍ରୀଜୀଉମାନଙ୍କୁ ଭୂଷିତ କରାଯାଉଛି । ଶ୍ରୀମନ୍ଦିର
ବିଧିବିଧାନ ଓ ପରମ୍ପରା ଅନୁଯାୟୀ ଓଢଣଷଷ୍ଠୀରୁ ବସନ୍ତପଞ୍ଚମୀ ପର୍ଯ୍ୟନ୍ତ ଶ୍ରୀଜୀଉମାନଙ୍କର ଘୋଡଲାଗି ବେଶ ଅନୁଷ୍ଠିତ ହେବ । ବିଭିନ୍ନ ବାରରେ ଶ୍ରୀଜୀଉମାନଙ୍କୁ ଭିନ୍ନ ଭିନ୍ନ ରଙ୍ଗର ବସ୍ତ୍ରରେ ବେଶ କରାଯିବାର ପରମ୍ପରା ରହିଛି।

Leave A Reply