ଗୋଟିଏ ନମ୍ବର ଏଣିକି ଅଗ୍ନିଶମ ବିଭାଗ ସହାୟତା ପାଇଁ ୧୦୧ ବଦଳରେ ଲୋକମାନେ ସିଧାସଳଖ ୧୧୨କୁ ଜରୁରୀ ସହାୟତା ପାଇଁ କଲ୍ କରିପାରିବେ । ସେହିଭଳି ପୂର୍ବରୁ ଜରୁରୀକାଳୀନ ପୁଲିସ୍ ସହାୟତା ପାଇଁ ୧୦୦ ନମ୍ବର ବଦଳରେ ୧୧୨କୁ ବ୍ୟବହାର କରାଯିବ ।
ଏହାଦ୍ୱାରା ପୁଲିସ୍ ଓ ଅଗ୍ନିସମ ବିଭାଗ ସେବା ପାଇଁ ଦୁଇଟି ନମ୍ବର ବଦଳରେ କେବଳ ୧୧୨ କାର୍ଯ୍ୟକ୍ଷମ କରାଯିବ । ତେଣୁ ଲୋକମାନେ ଏଣିକି ଉଭୟ ସହାୟତା ପାଇଁ ୧୦୦ ଓ ୧୦୧ ପରିବର୍ତ୍ତେ ୧୧୨ ବ୍ୟବହାର କରିବାକୁ ଓଡ଼ିଶା ପୁଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି ।