ବନାଗ୍ନି ପ୍ରଶମନ ପାଇଁ ସ୍ୱତନ୍ତ୍ର
ରଣନୀତି ପ୍ରସ୍ତୁତ

254

ରାଜ୍ୟ ସରକାର ଗୋଷ୍ଠୀ ସହଭାଗିତାରେ ବନାଗ୍ନି ପ୍ରଶମନ ପାଇଁ ସ୍ୱତନ୍ତ୍ର
ରଣନୀତି ପ୍ରସ୍ତୁତ କରିଛନ୍ତି । ପଞ୍ଚାୟତକୁ ୟୁନିଟ୍‍ ଭାବେ ନେଇ ସରପଞ୍ଚ,
ଯୁବକ ସଂଘ, ସ୍ୱୟଂସହାୟକ ଗୋଷ୍ଠୀ ଓ ଏନ୍‍ଜିଓମାନଙ୍କୁ ଜଙ୍ଗଲ ନିଆଁ
ରୋକିବା ପ୍ରକ୍ରିୟାରେ ସାମିଲ କରାଯିବା ସହ ତୃଣମୂଳସ୍ତରରୁ
ଜନସଚେତନତା ଓ ସହଭାଗିତାକୁ ବ୍ୟାପକ କରିବାକୁ ସରକାର ନିଷ୍ପତ୍ତି
ନେଇଛନ୍ତି । ରାଜ୍ୟର କେଉଁ ବନଖଣ୍ଡରେ ନିଆଁ କେତେବେଳେ ଲାଗୁଛି ଓ
ଏହା କେତେସମୟ ମଧ୍ୟରେ ପ୍ରଶମିତ ହେଉଛି ତାହାର ପ୍ରତିଦିନ ସମୀକ୍ଷା
କରାଯିବ । ଅପରପକ୍ଷରେ ଜଙ୍ଗଲ ନିଆଁକୁ କିପରି ରୋକାଯାଇ ପାରିବ
ସେ ନେଇ ଓସ୍‍ଡମା ପକ୍ଷରୁ ବନ ଅଧିକାରୀମାନଙ୍କୁ ତାଲିମ ଦିଆଯାଉଛି ।
ଆଗକୁ ଗ୍ରୀଷ୍ମର ପ୍ରଭାବ ବୃଦ୍ଧି ପାଇବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି
ଜିଲ୍ଲାପାଳମାନେ ଆଗାମୀ ଦୁଇମାସ ପର୍ଯ୍ୟନ୍ତ ତୃଣମୂଳସ୍ତରରୁ ତଥ୍ୟ ସଂଗ୍ରହ
କରି ପ୍ରତିଦିନ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି
ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
ସମୀକ୍ଷା ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି ।

Comments are closed, but trackbacks and pingbacks are open.