ଭୁବନେଶ୍ୱରକୁ ଅନ୍ତର୍ଜାତୀୟ ଫୁଟବଲ୍‌ ସଂଗଠନ ଫିପାର ମାନ୍ୟତା,ଆଉ ଏକ ବିଶ୍ୱକପ୍‍ ଆୟୋଜିତ ହେବ

0 995

ଭୁବନେଶ୍ୱର – ଭୁବନେଶ୍ୱରରେ ଆଉ ଏକ ବିଶ୍ୱକପ୍‍ ଆୟୋଜିତ ହେବ । ୨୦୨୦ ଫିଫା ୧୭ବର୍ଷରୁ କମ୍‍ ମହିଳା ଫୁଟବଲ ବିଶ୍ୱକପ୍‍ର କିଛି ମ୍ୟାଚ୍‍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ୨୦୨୦ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ବିଶ୍ୱକପ୍‍ ଲାଗି ଦେଶର ପ୍ରଥମ ଆୟୋଜକ ସହର ଭାବେ ଭୁବନେଶ୍ୱରର ନାମ ଘୋଷଣା କରାଯାଇଛି । ଗତକାଲି କଳିଙ୍ଗ ଷ୍ଟାଡିୟମ ହକି ଗ୍ରାଉଣ୍ଡ ସମ୍ମିଳନୀ କକ୍ଷରେ ଫିଫା ଟୁର୍ଣ୍ଣାମେଣ୍ଟ ଆୟୋଜନ କମିଟି ନିର୍ଦ୍ଦେଶକ ରୋମା ଖାନ୍ନା ଓ ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା
ବିଭାଗ ସଚିବ ବିଶାଳଦେବ ଏହି ଘୋଷଣା କରିଛନ୍ତି । ପ୍ରତିଯୋଗିତାରେ ୧୬ଟି ଦେଶ ଅଂଶଗ୍ରହଣ କରିବେ ।

Leave A Reply