ନିର୍ବାଚନ ଆୟୋଗ ୧୫ଟି ରାଜ୍ୟରୁ ୫୭ଟି ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ସକାଶେ ଆଜି କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଏହି
ରାଜ୍ୟଗୁଡ଼ିକ ହେଲା – ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ତେଲଙ୍ଗାନା, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ।
ଆସନ୍ତା ୨୪ ତାରିଖ ଦିନ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବ ଏବଂ ମନୋନୟନ ପତ୍ର ଦାଖଲ ପାଇଁ ଏହି ମାସ ୩୧ ତାରିଖ ହେଉଛି ଶେଷ ଦିନ । ଜୁନ୍ ୧୦ ତାରିଖରେ ଭୋଟ୍ଗ୍ରହଣ ହେବ ଏବଂ ସେହିଦିନ ଭୋଟ୍ ଗଣତି କରାଯିବ । ରାଜ୍ୟସଭାରୁ ଯେଉଁ ପ୍ରମୁଖ ନେତାମାନେ ଅବସର ନେବେ, ସେମାନଙ୍କ ମଧ୍ୟରେ ଅଛନ୍ତି – କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ମୁକ୍ତାର ଆବାସ୍ ନକ୍ଭି, ପିୟୁଷ ଗୋୟଲ୍, ରାମଚନ୍ଦ୍ର ପ୍ରସାଦ ସିଂହ, କଂଗ୍ରେସର ବୟୋଜ୍ୟେଷ୍ଠ ନେତା ପି. ଚିଦାମ୍ବରମ୍, ଜୟରାମ ରମେଶ, କପିଲ୍ ଶିବଲ୍, ଅମ୍ବିକା ସୋନି ଏବଂ ଏନ୍.ସି.ପି.ର ପ୍ରଫୁଲ୍ଲ ପଟେଲ ତଥା ଶିବସେନାର ସଞ୍ଜୟ ରାଉତ । ଏହି ରାଜ୍ୟସଭା ସଦସ୍ୟମାନଙ୍କର କାର୍ଯ୍ୟକାଳ ଚଳିତ ବର୍ଷ ଜୁନ୍ରୁ ଅଗଷ୍ଟ ମାସ ଭିତରେ ଶେଷ ହେବ ।
Comments are closed, but trackbacks and pingbacks are open.