ଭୁବନେଶ୍ୱର ..- ଶନିବାର ସକାଳ ୬ଟା ୨୦ ମିନିଟରେ ରାଜ୍ୟର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହେୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ପ୍ରାୟ ୪.୪ ବୋଲି ଜଣାପଡିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଓ ଝାଡଖଣ୍ଡ ସୀମାରେ ଏହି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଝାଡଖଣ୍ଡରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା । ସଢେଇକଳା ଓ ଖରସୁଆଁର ଭୂମିର ୧୮ କିଲୋମିଟର ତଳେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ବୋଲି ସୂଚନା ଦିଆଯାଇଛି ।
ଭୂମିକମ୍ପ ଯୋଗୁଁ କୋଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।