ଭୁବନେଶ୍ୱର – ସରକାରୀ ଛୁଟି ଦିବସରେ ଉପାନ୍ତ ଅଞ୍ଚଳଗୁଡ଼ିକରେ ଶିବିର ଆୟୋଜନ କରି ଲର୍ଣ୍ଣିଂ ଏବଂ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିବାର ବ୍ୟବସ୍ଥା କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ
ଦିଆଯାଇଛି । ଜନସାଧାରଣଙ୍କ ସୁବିଧାକୁ ଆଖିଆଗରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି ।
ସ୍କୁଲ, କଲେଜ ଏବଂ ବ୍ଲକ କାର୍ଯ୍ୟାଳୟରେ ଏଭଳି ଶିବିରର ଆୟୋଜନ କରିବାକୁ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । କମିଶନରଙ୍କ ତରଫରୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଦିଆଯାଇଥିବା ଚିଠିରେ ଆବେଦନକାରୀଙ୍କ ସୁବିଧା ପାଇଁ ଅଧିକ ସ୍ଲଟ ବୁକିଂ କରିବାକୁ ପରାମର୍ଶ ଦିଆଯାଇଛି । ଏହି ଶିବିରର
ସୁବିଧାସୁଯୋଗ ହାସଲ କରିବା ପାଇଁ ପରିବହନ ବିଭାଗ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।