ଯୁକ୍ତ ଦୁଇ ପ୍ରଥମ ବର୍ଷ କଲେଜ ପରିବର୍ତ୍ତନ ପାଇଁ ସାମସ୍ ଓ୍ୱେବସାଇଟ୍ରେ ଆବେଦନ ୧୯ ତାରିଖରୁ ଆରମ୍ଭ
ଭୁବନେଶ୍ୱର – ଚଳିତ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ କଲେଜ ପରିବର୍ତ୍ତନ ପାଇଁ ସାମ୍ସ ୱେବ୍ସାଇଟ୍ samsodisha.gov.in › Juniorwebରେ ଆବେଦନ କରିପାରିବେ । ଆଜିଠାରୁ ଆସନ୍ତା ୧୯ତାରିଖ ସୁଦ୍ଧା ଇଚ୍ଛୁକ ଛାତ୍ରଛାତ୍ରୀ ଅନ୍ଲାଇନ୍ ମାଧ୍ୟମରେ ଏହି ସୁବିଧା ହାସଲ କରିପାରିବେ । କେବଳ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପଢ଼ୁଥିବା ଛାତ୍ରଛାତ୍ରୀ ଏହି ଆବେଦନ କରିପାରିବେ । ୧୦ମ ଶ୍ରେଣୀ ମାର୍କ ଆଧାରରେ ଛାତ୍ରଛାତ୍ରୀଙ୍କର କଲେଜ ବଦଳି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ।