ଡିସିବି ବ୍ୟାଙ୍କ ପକ୍ଷରୁ ମାଗଣା ମେଡିକାଲ୍ ସେବା ଓ ସ୍ୱାସ୍ଥ୍ୟ ସେବା ସୁବିଧା ଉପଲବ୍ଧ ଥିବା ଡିସିବି ହେଲଥ୍ ପ୍ଲସ୍ ଫିକ୍ସଡ୍ ଡିପୋଜିଟ୍ ଉନ୍ମୋଚିତ
• ୭୦୦ ଦିନିଆ ଫିକ୍ସଡ୍ ଜମା ଉପରେ ବାର୍ଷିକ ୬.୯୦ଧ ସୁଧ
• ସ୍ୱାସ୍ଥ୍ୟ ସୁବିଧା ପାଇବା ଲାଗି ମେଡିକାଲ୍ ପରୀକ୍ଷା କିମ୍ବା ହସ୍ପିଟାଲ୍ରେ ଭର୍ତି ହେବାକୁ ପଡ଼ିବ ନାହିଁ
ଭୁବନେଶ୍ୱର: ନୂତନ ପିଢ଼ିର ଘରୋଇ କ୍ଷେତ୍ରର ବ୍ୟାଙ୍କ ଡିସିବି ବ୍ୟାଙ୍କ ପକ୍ଷରୁ ଡିସିବି ହେଲ୍ଥ ପ୍ଲସ୍ ଏଫ୍ଡି ନାମକ ଏକ ନୂତନ ଫିକ୍ସଡ୍ ଡିପୋଜିଟ୍କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ଗ୍ରାହକମାନେ ୭୦୦ ଦିନିଆ ଫିକ୍ସଡ୍ ଜମା ଉପରେ ବାର୍ଷିକ ୬.୯୦ଧର ସୁଧ ସହିତ ମାଗଣାରେ ମେଡିକାଲ୍ ସେବା ଏବଂ ସ୍ୱାସ୍ଥ୍ୟ ସେବା ସୁବିଧା ପାଇବେ ।
ହେଲ୍ଥ ପ୍ଲସ୍ ସେବାରେ ଆଇସିଆଇସିଆଇ ଲୋମ୍ବାର୍ଡ ଜେନେରାଲ୍ ଇନ୍ସ୍ୟୁରାନ୍ସ କଂପାନି ପକ୍ଷରୁ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକ ଯୋଗାଇ ଦିଆଯିବ ଯେଉଁଥିରେ ଟେଲି ପରାମର୍ଶ ଓ ଡାକ୍ତର, ବିଶେଷଜ୍ଞ ଏବଂ ଜରୁରୀକାଳୀନ ସେବା ସହିତ ସାମ୍ନା ସାମ୍ନି ସାକ୍ଷାତକାର ସୁବିଧା ପ୍ରଦାନ କରାଯିବ । ଫାର୍ମାସି ଖର୍ଚ ଉପରେ ଗ୍ରାହକମାନେ ସ୍ୱତନ୍ତ୍ର ମୂଲ୍ୟ ପାଇବେ ।
ଏବେ ବରିଷ୍ଠ ନାଗରିକମାନଙ୍କ ପାଇଁ ବ୍ୟାପକ ପରିମାଣ ସୁବିଧା ପ୍ରଦାନ କରୁଥିବା ପଲିସି ନାହିଁ । ସେଭଳି ଗ୍ରାହକଙ୍କ ପାଇଁ ହେଲଥ୍ ପ୍ଲସ୍ ସେବା ହେଉଛି ଏକ ଉପଯୁକ୍ତ ବିକଳ୍ପ । ଏହି ସୁବିଧାର ଲାଭ ଉଠାଇବା ଲାଗି ମେଡିକାଲ୍ରେ ପରୀକ୍ଷା କିମ୍ବା ହସ୍ପିଟାଲ୍ରେ ଭର୍ତି ହେବାକୁ ପଡ଼ିବ ନାହିଁ । ୧୮ରୁ ୭୦ ବର୍ଷ ବୟସର ଭାରତୀୟ ବାସିନ୍ଦାମାନେ ଏହି ସୁବିଧା ପାଇପାରିବେ ।
ଗୁଗୁଲ୍ ପ୍ଲେଷ୍ଟୋର୍ କିମ୍ବା ଆପଲ୍ ଆପ୍ ଷ୍ଟୋର୍ରେ ଉପଲବ୍ଧ ଥିବା ଆଇସିଆଇସିଆଇ ଲୋମ୍ବାର୍ଡ ଜେନେରାଲ୍ ଇନ୍ସ୍ୟୁରାନ୍ସ କଂପାନି ଲିମିଟେଡ୍ର ଆଇସିଆଇସିଆଇ ଲୋମ୍ବାର୍ଡ ଆଇଏଲ୍ ଟେକ୍କେୟାର ଆପ୍କୁ ଡାଉନ୍ଲୋଡ୍ କରି ଡିସିବି ହେଲ୍ଥ ପ୍ଲସ୍ ଫିକ୍ସଡ ଡିପୋଜିଟ୍ର ଗ୍ରାହକମାନେ ଏହି ସୁବିଧା ପାଇପାରିବେ । ସୁବିଧାଗୁଡ଼ିକୁ ସେହି ବର୍ଷ ବ୍ୟବହାର କରିବାକୁ ହେବ । ପରର୍ବତୀ ବର୍ଷ ଲାଭ ସହିତ ତାହା ମିଶିବ ନାହିଁ ।
ଏ ସମ୍ପର୍କରେ ଡିସିବି ବ୍ୟାଙ୍କର ରିଟେଲ୍ ଓ ଏସ୍ଏମ୍ଇ ବ୍ୟାଙ୍କିଙ୍ଗ୍ ମୁଖ୍ୟ ଶ୍ରୀଯୁକ୍ତ ପ୍ରବୀଣ କୁଟ୍ଟି କହିଛନ୍ତି ଯେ, “ଡିସିବି ଫିକ୍ସଡ୍ ଡିପୋଜିଟ୍ କେବେ ଷ୍ଟାଇଲ୍ରୁ ବାହାରକୁ ଯିବ ନାହିଁ । ଗ୍ରାହକଙ୍କୁ ଆବଶ୍ୟକ ରହିଛି ଏବଂ ଡିବିସି ଏକ ଫିକ୍ସଡ୍ ଡିପୋଜିଟ୍ ସୃଷ୍ଟି କରିଛି ଯାହା ବାସ୍ତବ ମୂଲ୍ୟ ପ୍ରଦାନ କରିବ । ଲକଡାଉନ୍ ସମୟରେ ଟେଲିପରାମର୍ଶ ଏବଂ ଅନଲାଇନ୍ ଆଲୋଚନା ବୃଦ୍ଧି ପାଇଛି । ପାରମ୍ପରିକ ଏଫ୍ଡି ସହିତ ଡିସିବି ବ୍ୟାଙ୍କ ନୂଆ ପିଢ଼ିର ସମାଧାନ ପ୍ରଦାନ କରୁଛି । ନୂଆ ଡିସିବି ହେଲ୍ଥ ପ୍ଲସ୍ ଏଫ୍ଡି ହେଉଛି ସ୍ମାର୍ଟ ଏବଂ ବାସ୍ତବଧର୍ମୀ ଯାହା ଜମାକାରୀମାନଙ୍କୁ ସେବା ସଂପତି ବଢ଼ାଇବା ସହିତ ସେହି ସମୟରେ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବାରେ ସହାୟକ ହେବ । ପରିବର୍ତିତ ସମୟରେ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଅଭିନବ ଉତ୍ପାଦ ଉନ୍ମୋଚନ କରିବା ଲାଗି ଡିସିବି ବ୍ୟାଙ୍କର ରଣନୀତି ପ୍ରତି ହେଲ୍ଥ ପ୍ଲସ୍ ଏଫ୍ଡି ହେଉଛି ସ୍ୱୀକୃତି ।’’