ଭୁବନେଶ୍ୱର: ଉତ୍ସବ ଋତୁରେ ବିକ୍ରି ବହୁତ ଭଲ ରହିବା କାରଣରୁ ଚଳିତ ବର୍ଷ ନଭେମ୍ବରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ୧୧ଧ ବୃଦ୍ଧି ହାସଲ କରିଛି । ୨୦୧୯ରେ କଂପାନି ୩୭୩,୨୮୩ଟି ଗାଡ଼ି ବିକିଥିଲା । ଚଳିତ ବର୍ଷ ସେହି ମାସରେ କଂପାନି ୪୧୨,୬୪୧ଟି ଗାଡ଼ି ବିକ୍ରି କରିଛି । ଏହି ମାସରେ କଂପାନିର ମୋଟ ବିକ୍ରି ୪୩୩,୨୦୬ ରହିଛି ଯାହା ଗତବର୍ଷର ୩୯୬,୩୯୯ ମୋଟ ବିକ୍ରି ତୁଳନାରେ ୯ ପ୍ରତିଶତ ଅଧିକ । କଂପାନି ଚଳିତ ବର୍ଷ ନଭେମ୍ବରରେ ୨୦,୫୬୫ଟି ଗାଡ଼ି ରପ୍ତାନି କରିଛି ।
ଏହି ଅବସରରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ନିର୍ଦେଶକ-ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଯଦି ଦ୍ୱିତୀୟ ତ୍ରୟମାସ ହେଉଛି ଅଟୋମୋବାଇଲ୍ ବ୍ୟବସ୍ଥାରେ ସ୍ଥିରତାର ସମୟ ତେବେ ତୃତୀୟ ତ୍ରୟମାସ ହେଉଛି କିଛିଟା ସୁଧାରର ସମୟ । ଉତ୍ସବ ଯୋଗୁଁ ଉତ୍ସବର ଦୁଇଟି ପ୍ରମୁଖ ମାସ (ଅକ୍ଟୋବର ଓ ନଭେମ୍ବର)ରେ ହୋଣ୍ଡାର ବିକ୍ରି ୧ ନିୟୁତରୁ ଅଧିକ ରହିଛି । ଆମର ଅଧିକରୁ ଅଧିକ ସ୍ୱତନ୍ତ୍ର ବିଗ୍ ୱିଙ୍ଗ୍ ନେଟ୍ୱର୍କ ଖୋଲୁଥିବାରୁ ହାଇନେସ୍ ସିବି-୩୫୦ର ବିକ୍ରି ଏବଂ ଡେଲିଭରିରେ ଆମେ ବୃଦ୍ଧି ଦେଖୁଛୁ । ଉତ୍ସବ ପରେ ମଧ୍ୟ ହୋଣ୍ଡାରେ ଉତ୍ସବ ପାଳନ ଜାରି ରହିଛି । ଯୁବ ଧାରା ସୃଷ୍ଟିକାରୀଙ୍କ ପାଇଁ ନୂଆ ରେପ୍ସଲ୍ ହୋଣ୍ଡା ରେସ୍ ଏଡିସନ୍ ହର୍ନେଟ୍ ୨.୦ ଓ ଡିଓ ଆସିଛି । ସମ୍ପୂର୍ଣ୍ଣ ପରିବାର ପାଇଁ ଅଧିକ ଖୁସି ଆଣି ହୋଣ୍ଡା ଆକ୍ଟିଭାର ସ୍ୱତନ୍ତ୍ର ୨୦ ବାର୍ଷିକୀ ଏଡିସନ୍କୁ ଉନ୍ମୋଚନ କରାଯାଇଛି ।’’
ହୋଣ୍ଡା ହାଇନେସ୍ ସିବି ୩୫୦ର ଡେଲିଭରି ମାତ୍ର ୨୦ ଦିନରେ ୧୦୦୦ରୁ ଅଧିକ ରହିଥିଲା । କଂପାନି ସାରା ଭାରତରେ ୬ଟି ନୂଆ ବିଗ୍ ୱିଙ୍ଗ ଆଉଟ୍ଲେଟ୍ ଖୋଲିଛି ଯେଉଁଠାରେ ସ୍ୱତନ୍ତ୍ର ଭାବେ ପ୍ରିମିୟମ୍ ବାଇକ୍ ବିକ୍ରି ହେଉଛି । ରେପସଲ୍ ଲୁବ୍ରିକ୍ୟାଂଟସ୍ ସହଯୋଗରେ କଂପାନି ହୋଣ୍ଡା ରେପସଲ୍ ମୋଟୋ ବାଇକର୍ ଓ ମୋଟୋ ସ୍କୁଟର ଇଞ୍ଜିନ ଅଏଲ୍ ଆଣିଛି । ଶିଶୁ ଦିବସ ଅବସରରେ କଂପାନି ତରଫରୁ ୧୭ଟି ସହରରେ ୫୦ରୁ ଅଧିକ ସ୍କୁଲ୍ର ୬୧୦୦ ଛାତ୍ରଛାତ୍ରୀଙ୍କୁ “ଲିଟିଲ୍ ରୋଡ୍ ଅଫିସର” ଭାବେ ସଚେତନ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.