କେନ୍ଦ୍ର ସରକାରୀ କର୍ମଚାରୀଙ୍କର ମହଙ୍ଗାଭତ୍ତା ବୃଦ୍ଧି

0 3,304

ନୂଆଦିଲ୍ଲୀ ୧୪.୦୩ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଲାଗି ୪ପ୍ରତିଶତ ଅତିରିକ୍ତ ମହଙ୍ଗା ଭତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି।

କର୍ମଚାରୀଙ୍କ ପାଇଁ ଡିଏ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଦର ସହାୟତା (ଡିଏଲ)ରେ ଏହି ବୃଦ୍ଧି ଗତ ଜାନୁଆରୀ ପହିଲା ଠାରୁ ପିଛିଲା ଭାବେ ଲାଗୁ ହେବ। ଦରଦାମ ବୃଦ୍ଧିକୁ ଆଖି ରଖି ବର୍ତମାନର ୧୭ ପ୍ରତିଶତ ମହଙ୍ଗା ଭତାରେ ଆହୁରି ୪ ପ୍ରତିଶତ ବୃଦ୍ଧି ପାଇଁ କ୍ୟାବିନେଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି।

Leave A Reply