ରାଜ୍ୟର ଗ୍ରାମାଞ୍ଚଳରେ ଥିବା କ୍ରିକେଟ୍‍ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ କେଟି ଗ୍ଲୋବାଲ୍‍ ସ୍କୁଲ୍‍ ଦ୍ୱାରା ଖୋର୍ଦ୍ଧାର ବରୁଣେଇଠାରେ ଆଇଆଇଜି କ୍ରିକେଟ୍‍ ଏକାଡେମୀ ଆରମ୍ଭ ହେବ

98

ରାଜ୍ୟର ଗ୍ରାମାଞ୍ଚଳରେ ଥିବା କ୍ରିକେଟ୍‍ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ କେଟି ଗ୍ଲୋବାଲ୍‍ ସ୍କୁଲ୍‍ ଦ୍ୱାରା ଖୋର୍ଦ୍ଧାର ବରୁଣେଇଠାରେ ଆଇଆଇଜି କ୍ରିକେଟ୍‍ ଏକାଡେମୀ ଆରମ୍ଭ କରାଯିବ । ଆସନ୍ତାମାସ ଦ୍ୱିତୀୟ ସପ୍ତାହରେ ଏହା ଖୋଲିବାର ସମ୍ଭାବନା ରହିଛି ।

ଗତକାଲି ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ବରୁଣେଇ ନିକଟରେ ଥିବା କେଟି ଗ୍ଲୋବାଲ ସ୍କୁଲ୍‍ର ଭିତ୍ତିଭୂମି ପରିଦର୍ଶନ କରି ଅଧିକାରୀମାନଙ୍କ ସହ ଏ ସଂପର୍କରେ ଆଲୋଚନା କରିଛନ୍ତି । ଏହି ସ୍କୁଲରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ରହିବା ସହ ଆବାସିକ ସୁବିଧା ମଧ୍ୟ ଉପଲବ୍ଧ ହେବ । ଏକାଡେମୀ ଆଝାରୁଦ୍ଦିନଙ୍କ ନେତୃତ୍ୱ ଓ ପରାମର୍ଶରେ ଚାଲିବ ବୋଲି ଆୟୋଜନଙ୍କ ପକ୍ଷରୁ ଜଣାପଡ଼ିଛି ।

Comments are closed, but trackbacks and pingbacks are open.