ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥୋମାସକପ୍ ଟ୍ରଫି ହାସଲ କରି ଇତିହାସ ରଚନା କରିଥିବା ଭାରତୀୟ ବ୍ୟାଡ୍ମିଣ୍ଟନ୍ ଟିମ୍ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି । ସେମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦୀ କହିଛନ୍ତି, ଭାରତର ଏହି ଚମକ୍ରାର ବିଜୟକୁ କ୍ରୀଡ଼ା ବିଶ୍ଳେଷଣକାରୀମାନେ ସବୁଦିନ ପାଇଁ ମନେ ରଖିବେ । କୌଣସି ରାଉଣ୍ଡରେ ଏହି ଟିମ୍ ହାରିନଥିବା ତାଙ୍କ ପାଇଁ ଏକ ଆନନ୍ଦର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବ୍ୟାଡ୍ମିଣ୍ଟନ୍ ଖେଳାଳି କିଦାମ୍ବୀ ଶ୍ରୀକାନ୍ତ କ୍ୱାର୍ଟରଫାଇନାଲ୍ ପରେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ, ଏହି ପ୍ରତିଯୋଗୀତାରେ ଟ୍ରଫି ହାସଲ କରିବା ପାଇଁ ଭାରତୀୟ ଟିମ୍ର ମନୋବଳ ଅତ୍ୟନ୍ତ ଦୃଢ଼ ରହିଛି । ସେ କହିଥିଲେ, ଦଳଗତ ଆତ୍ମବଳ ଶତକଡ଼ା ୧୦୦ ଭାଗ ପ୍ରଦର୍ଶନ ପାଇଁ ଭାରତୀୟ ଟିମ୍କୁ ଅନୁପ୍ରାଣିତ କରୁଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଶିକ୍ଷକମାନେ ଏଥିଲାଗି ଅତ୍ୟନ୍ତ ପ୍ରଶଂସନୀୟ । ଶ୍ରୀ ମୋଦୀ ଲକ୍ଷ୍ୟସେନ୍ଙ୍କୁ କହିଛନ୍ତି, ତାଙ୍କୁ ସେ ଅଲ୍ମୋଡାର ବାଲ୍ମିଠାଇ ପ୍ରଦାନ
କରିବେ । କାରଣ ଲକ୍ଷ୍ୟସେନ୍ ଦେବଭୂମି ଉତ୍ତରାଖଣ୍ଡର ବାସିନ୍ଦା । ଏଚ୍.ଏସ୍. ପ୍ରଣୟ କ୍ୱାର୍ଟର ଫାଇନାଲ୍ରେ ବିଜୟ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ରାଉଣ୍ଡରେ ବିଜୟ ହେବା ଦ୍ୱାରା ଭାରତୀୟ ଟିମ୍ର ସ୍ଥିତି ସ୍ପଷ୍ଟ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.