ଦିବ୍ୟାଙ୍ଗ ଏବଂ ଅସୁସ୍ଥ କୋର୍‍ ସଫେଇ କର୍ମଚାରୀଙ୍କ ପାଇଁ କ୍ଷତିପୂରଣକୁ
ମଞ୍ଜୁର ପ୍ରଦାନ

112

ଦିବ୍ୟାଙ୍ଗ ଏବଂ ଅସୁସ୍ଥ କୋର୍‍ ସଫେଇ କର୍ମଚାରୀଙ୍କ ପାଇଁ କ୍ଷତିପୂରଣକୁ ମଞ୍ଜୁର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କ୍ଷତିପୂରଣ ବ୍ୟବସ୍ଥାକୁ ଅନୁମୋଦନ କରିଥିବାବେଳେ ଏହା ଆମ ସମାଜର ସବୁଠାରୁ ସମ୍ବେଦନଶୀଳ ଲୋକଙ୍କୁ ସୁରକ୍ଷା ତଥା ସକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଭବିଷ୍ୟତରେ ଏହି କଲ୍ୟାଣମୂଳକ ପଦକ୍ଷେପ ପ୍ରଦାନ ଦିଗରେ ପ୍ରତିବଦ୍ଧତା ପ୍ରକ୍ରିୟା ଜାରି ରହିବ ବୋଲି ସେ ନିଶ୍ଚିତ କରିଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ସଫେଇ କର୍ମଚାରୀଙ୍କ ନିରାପତ୍ତା ଓ ସମ୍ମାନକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ୧୧ ସେପ୍ଟେମ୍ବର ୨୦୨୦ରେ ‘ଗାରିମା’ ଯୋଜନା ଆରମ୍ଭ କରିଥିଲେ । ଯେଉଁଥିରେ ପ୍ରାୟ ୨୦ହଜାର ପରିମଳ କର୍ମଚାରୀ ଉପକୃତ ହୋଇଥିଲେ ।

Comments are closed, but trackbacks and pingbacks are open.