ଭୁବନେଶ୍ୱର: କଂଗ୍ରେସ ୨ଟି ଆସନ ପାଇଁ ପ୍ରାର୍ଥୀ ବଦଳାଇଥିବା ବେଳେ ଅନ୍ୟ ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଜି ଉଦୟଗିରି ଓ ପାଟଣାଗଡ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ରାଉରକେଲା ଓ ହିଞ୍ଜିଳିରୁ ପ୍ରାର୍ଥୀ ପରିବର୍ତ୍ତନ କରିଛି ।ହିଞ୍ଜିଳି ପାଇଁ ପୂର୍ବରୁ ରାମକୃଷ୍ଣ ପଣ୍ଡାଙ୍କ ନାମ ଘୋଷଣା କରାଯାଇଥିଲା ସେହି ଆସନରୁ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି । ରାମକୃଷ୍ଣ ପଣ୍ଡାଙ୍କ ବଦଳରେ ଶମ୍ଭୁନାଥ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରାଯାଇଛି । ଦଳ ପକ୍ଷରୁ ଜି ଉଦୟଗିରିରୁ ବିଧାୟକ ଥିବା ଜାକବ ପ୍ରଧାନଙ୍କ ବଦଳରେ ଶ୍ୟାମଘନ ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି। ରାଉରକେଲା ବିଧାନସଭା ଆସନ ପାଇଁ ମୁକ୍ତିକାନ୍ତ ବିଶ୍ୱାଳଙ୍କ ନାମ ଦଳ ପୂର୍ବରୁ ଘୋଷଣାକରିଥିଲା । ମୁକ୍ତିକାନ୍ତ ନିର୍ବାଚନ ଲଢିବାକୁ ମନା କରିବା ପରେ ତାଙ୍କ ସ୍ଥାନରେ ବୀରେନ ସେନାପତିଙ୍କୁ ଦଳ ପ୍ରାର୍ଥୀ କରାଯାଇଛି । ପାଟଣାଗଡରୁ ରମେଶ ପୁରୋହିତଙ୍କୁ କଂଗ୍ରେସର ବିଧାନସଭା ପ୍ରାର୍ଥୀ କରାଯାଇଛି। ।