କଲମ୍ବୋ..- ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ବିଭିନ୍ନ ସ୍ଥାନରେ ଇଷ୍ଟର ସନ୍ଡେ ବା ରବିବାର ପାଳନ ଅବସରରେ ହୋଇଥିବା ୮ଟି ବୋମା ବିସ୍ଫୋରଣରେ ମୃତକ ସଂଖ୍ୟା ୨୯୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ୫ ଜଣ ଭାରତୀୟ ଥିବା ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସ୍ଫଷ୍ଟ କରିଛନ୍ତି । ଏଥିପାଇଁ ଶ୍ରୀଲଙ୍କା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ବିଭିନ୍ନ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ସେଗୁଡିକ ହେଲା +94777903082, +94112422788, +94112422789, +94777902082 ଏବଂ +94772234176
ଚର୍ଚ୍ଚ ଗୁଡିକୁ ଲକ୍ କରି ଏହି ବୋମା ବିସ୍ପୋରଣ କରାଯାଇଥିଲା । ଏହି ଘଟଣାରେ ଶ୍ରୀଲଙ୍କା ପୁଲିସ ପକ୍ଷରୁ ୧୩ ଜଣଙ୍କୁ ଗିରଫ କରାଯାଇଛି। ରବିବାର ରାତିରେ ସମଗ୍ର ଶ୍ରୀଲଙ୍କାରେ କର୍ଫ୍ୟୁ ଜାରି କରାଯାଇଥିଲା ।