ଅନନ୍ତଙ୍କୁ ଆଇସିୟୁରେ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ

0 2,035

ଭୁବନେଶ୍ୱର: ବୋମାମାଡ଼ରେ ଆହତ ହେବା ପରେ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିବା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି । ଅନନ୍ତଙ୍କୁ ସୋମବାର ପୂର୍ବାହ୍ଣରେ ଭେଟି ମୁଖ୍ୟମନ୍ତ୍ରୀ ନବୀନ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ମୁହଁ ଓ ହାତରେ ଗଭୀର ଆଘାତ ଲାଗିଥିବାରୁ ଅନନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଭୁବନେଶ୍ୱର (ମଧ୍ୟ) ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଅନନ୍ତ ଜେନାଙ୍କ ଗାଡ଼ି ଉପରକୁ ରବିବାର ରାତିରେ ବୋମାମାଡ଼ ହୋଇଥିଲା । ବୋମାମାଡ଼ ସମୟରେ ଶ୍ରୀ ଜେନା ଝାରପଡ଼ା କେନାଲ ରୋଡ ନିକଟ ଦେଇ ଏକ କାରରେ ଯାଉଥିଲେ । କାରରେ ନିଜେ ଅନନ୍ତ ବସିଥିବା ବେଳେ ଚାଳକ ଗାଡ଼ି ଚଳାଉଥିଲେ । ଏହି ଘଟଣାରେ ଅନନ୍ତ ନାରାୟଣ ଜେନା ଗୁରୁତର ହୋଇଥିବା ବେଳେ ତାଙ୍କ ଗାଡ଼ିର କାଚ ଭାଙ୍ଗିଯାଇଥିଲା । ଶ୍ରୀ ଜେନା ଏପରିକି ବହୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ । କିଛି କହି ପାରୁ ନଥିଲେ । ତାଙ୍କୁ ଯଥାଶୀଘ୍ର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆକ୍ରମଣ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply