ରାଜ୍ୟରେ ଶୀତଲହରୀ ଜାରି – କେନ୍ଦ୍ରିୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଆସନ୍ତା ୨୯ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି

0 793

କେନ୍ଦ୍ରିୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଆସନ୍ତା ୨୯ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ନିଭାର ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହା ଆଜି ପୁଡୁଚେରୀର କରାଇକେଲ ଓ ତାମିଲନାଡୁର ମାମଲାପୁରମ୍‍ ମଧ୍ୟରେ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ବର୍ଷା ଜାରି ରହିଛି ।

ଅନ୍ୟପକ୍ଷରେ ରାଜ୍ୟରେ ଶୀତଲହରୀ ଜାରି ରହିଛି । ରାଜ୍ୟର ୧୩ଟି ସହରର ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି । ଦାରିଙ୍ଗିବାଡିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮ଦଶମିକ ୫ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ସୋନପୁରରେ ୯ଦଶମିକ ୪ ରେକର୍ଡ କରାଯାଇଛି ।

Leave A Reply