ନୂଆଦିଲ୍ଲୀ .- ସେପ୍ଟେମ୍ବର ମାସ ୭ତାରିଖ ରାତି ଗୋଟାଏ ୫୫ ମିନିଟ୍ରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବା ଇସ୍ରୋର ଲକ୍ଷ୍ୟ ବୋଲି ଅଧ୍ୟକ୍ଷ ଡକ୍ଟର କେ. ଶିବନ କହିଛନ୍ତି ।
ସେ କହିଛନ୍ତି, ଆସନ୍ତା ମାସ ୨ ତାରିଖରେ ଚନ୍ଦ୍ରଯାନ-୨ର ଅରବିଟର୍ ଠାରୁ ଲ୍ୟାଣ୍ଡର ପୃଥକ ହେବ । ସାମ୍ବାଦିକମାନଙ୍କୁ ଏ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି, ଗତକାଲି ଚନ୍ଦ୍ରଯାନ-୨ ଚନ୍ଦ୍ରମାର ନିର୍ଦ୍ଧାରିତ କକ୍ଷରେ ସ୍ଥାପିତ ହୋଇଛି । ଚନ୍ଦ୍ରପୃଷ୍ଠର ଦକ୍ଷିଣ ଗୋଲାର୍ଦ୍ଧରେ ଏହାର ଅବତରଣ କରାଇବା ସହଜ ହେବ ବୋଲି ସେ କହିଛନ୍ତି ।