ରମାଦେବୀ ପରିସରରୁ ଉଠିବ ଯୁକ୍ତଦୁଇ ଜୁନିୟର କଲେଜ, ୟୁନିଟ ୯ ବାଳିକା ମହାବିଦ୍ୟାଳୟକୁ ସ୍ଥାନାନ୍ତରିତ

0 953

ଭୁବନେଶ୍ୱର- ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରୁ ଯୁକ୍ତଦୁଇ ଜୁନିୟର କଲେଜ ଉଠାଯାଇ ୟୁନିଟ୍‍ ୯ ଗାର୍ଲସ ହାଇସ୍କୁଲ ପରିସରରେ ପ୍ରତିଷ୍ଠା କରାଯିବ । ଏ ନେଇ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ପଦ୍ମଜା ମିଶ୍ର ସୂଚନା ଦେଇଛନ୍ତି ।

୨୦୧୫ ମସିହାରେ ରମାଦେବୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିଲା । ଏହା ପରଠାରୁ ଦୀର୍ଘଦିନରୁ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଦାବି କରାଯାଇଥିଲା। ବିଶ୍ୱବିଦ୍ୟାଳୟ ପରିସରରେ ଜାଗା କମ୍‍ ଥିବାରୁ କ୍ଳାସରୁମ ସଂଖ୍ୟା ଅଧିକ ହୋଇପାରୁନାହିଁ । ତେଣୁ ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଜୁନିୟର କଲେଜ ଉଠାଯାଇ ୟୁନିଟ୍‍ ୯ ଗାର୍ଲସ ହାଇସ୍କୁଲ ପରିସରରେ ପ୍ରତିଷ୍ଠା କରାଯିବ । ସେହି ଗାର୍ଲସ ହାଇସ୍କୁଲ ପରିସରରେ ୩ଏକର ଜମି ଚିହ୍ନଟ କରାଯାଇଛି। ସେଠାରେ ନୂତନ ବିଲ୍ଡିଂ କରାଯାଇ ପାଠପଢା ଆରମ୍ଭ କରାଯିବା ନେଇ ବିଶ୍ୱବିଦ୍ୟାଳୟ କୁଳପତି ସୂଚନା ଦେଇଛନ୍ତି।

Leave A Reply